ଲକ୍‌ଡାଉନ ପ୍ରଭାବ: ସଂକ୍ରମଣ ହାର ୨୧.୬%ରୁ ୮.୧ %କୁ ହ୍ରାସ

ନୂଆଦିଲ୍ଲୀ: ଲକ ଡାଉନକୁ ପୂରିଲା ମାସେ।  ମାର୍ଚ୍ଚ ୨୫ ତାରିଖରୁ ହୋଇଥିବା ୨୧ ଦିନିଆ ଲକ୍‌ଡାଉନକୁ ପ୍ରଧାନମନ୍ତ୍ରୀ ପରବର୍ତ୍ତୀ ସମୟରେ ମେ’ ୩କୁ ବୃଦ୍ଧି କରିଲେ। ଉଦ୍ଦେଶ୍ୟ ଥିଲା କରୋନା ସଂକ୍ରମଣ ରୋକିବା । ଆଉ ଆଜି ଲକ ଡାଉନର ଠିକ ମାସକ ପରେ ଏହି ଉଦ୍ଦେଶ୍ୟ ସଫଳ ହୋଇଥିବା ଦେଖିବାକୁ ମିଳିଛି।

ସେତେବେଳେ  ଅର୍ଥାତ୍‌ ଲକଡାଉନ ପୂର୍ବରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ପାଖାପାଖି ଥିଲା। ୨୪ ମାର୍ଚ୍ଚରେ ଦେଶରେ କରୋନା ରୋଗୀଙ୍କ ଦୈନକ ବୃଦ୍ଧି ୨୧.୬ ପ୍ରତିଶତ ଥିବାବେଳେ ଏବେ ଏହା ଦ୍ରାସ ପାଇଁ ୮.୧ ପ୍ରତିଶତରେ ରହିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୮, ୬୮୮ ରହିଛି। ଯଦି ଲକ୍‌ଡାଉନ କରାଯାଇ ନ ଥାନ୍ତା ତେବେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ପାର କରି ସାରିନ୍ତାଣି ବେଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

ଅବଶ୍ୟ ଏହି ବୃଦ୍ଧି ହାର କିଛି କମ୍‌ ବୋଲି ଭାବିବା ଉଚିତ ନୁହେଁ।  ଭାରତରେ ଲକ୍‌ ଡାଉନ ସତ୍ତ୍ୱେ ସଂକ୍ରମଣର ବୃଦ୍ଧି ହାର ୮.୧ ରହିଛି। ଅନ୍ୟପକ୍ଷେ ଜର୍ମାନୀ ଲକ ଡାଉନର ମାସକ ଭିତରେ ସଂକ୍ରମଣର ହାର ୨ ପ୍ରତିଶତକୁ କମାଇ ଦେଇଛି। ଏବେ ଆମେରିକାରେ ବୃଦ୍ଧି ହାର ୪.୮ ପ୍ରତିଶତ ରହିଛି। ତେଣୁ ଯଦି ଏଇ ହାରରେ ଦେଶରେ ସଂକମିତଙ୍କ ସଂଖ୍ୟା ବୃଦ୍ଧି ପାଏ ତେବେ ଗୋଟିଏ ସପ୍ତାହ ପରେ ଏହା ୪୦ ଲକ୍ଷ ଛୁଇଁପାରେ ଏବଂ ମେ ଶେଷ ବେଳକୁ ଏହା ୨ ଲକ୍ଷରୁ ଅଧିକ ହୋଇପାରେ ବେଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

ସୂଚନାଥାଉ କି, କେରଳରେ ସଂକ୍ରମଣର ହାର ୧.୮ ପ୍ରତିଶତ ରହିଛି ।

 

 

 

ଆହୁରି ପଢ଼ନ୍ତୁ

ବାବ୍ରୀ ମସଜିଦ୍ ଭଙ୍ଗା ମାମଲାର ରାୟ: ୩୨ ଅଭିଯୁକ୍ତ ନିର୍ଦ୍ଦୋଷ

ହାଥରସ ଗଣଦୁଷ୍କର୍ମ ମାମଲା; ପରିବାର ଲୋକଙ୍କୁ ଘରେ ବନ୍ଦ କରି ପୀଡିତାଙ୍କ ଶବ ସତ୍କାର କଲା ପୋଲିସ

ପ୍ରେସିଡେନ୍‌ସିଆଲ ଡିବେଟରେ ମୁହାଁମୁହିଁ ହେଲେ ଟ୍ରମ୍ପ-ବିଡେନ

ଆସନ୍ତାବର୍ଷ ସୁଦ୍ଧା କମ୍‌ ଦାମ୍‌ରେ ମିଳିବ କରୋନା ଟିକା

୨୮ ବର୍ଷ ପରେ ଆଜି ହେବ ବାବରି ମସଜିଦ୍ ଭଙ୍ଗା ମାମଲାର ରାୟ ଶୁଣାଣି

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

You might also like