ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ୍ ମାଡ଼

ରାୟପୁର: ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ୍ ମାଡ଼। କଥାଟି ଶୁଣି ଆଶ୍ଚଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଏହି ଚାବୁକ ମାଡ଼ ଖାଇବାକୁ ପଡ଼ିଛି। ତେବେ ଦୋଷ କରି ନୁହେଁ ବରଂ ସମସ୍ତଙ୍କ ମଙ୍ଗଳ କାମନା କରି ବଘେଲଙ୍କୁ ଚାବୁକ ମାଡ଼ ଖାଇବାକୁ ପଡ଼ିଛି।

ଖବର ଅନୁସାରେ ଗୋବର୍ଦ୍ଧନ ପୂଜା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ପରି ଏବର୍ଷ ମର୍ଧ୍ୟ ଦୁର୍ଗ ଜିଲ୍ଲାର ଜଂଜଗିରି ଗାଁରେ ପହଞ୍ଚି ଗୋମାତାଙ୍କୁ ପୂଜା କରିବା ସହ ଖାଇବାକୁ ଦେଇଥିଲେ। ଏହାପରେ ସମସ୍ତଙ୍କ ମଙ୍ଗଳ କାମନା ପାଇଁ ଚାବୁକ ପ୍ରହାର ଖାଇବାର ପରମ୍ପରା ପାଳନ କରିଥିଲେ।

ପରମ୍ପରା ମୁତାବକ ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ଚାବୁକରେ ମାରିଥିଲେ। ପୂର୍ବରୁ ଭରୋସା ଠାକୁର ଚାବୁକ ମାଡ କରୁଥିବା ବେଳେ ଏବର୍ଷ ତାଙ୍କ ମୃତ୍ୟୁ ଯୋଗୁଁ ତାଙ୍କ ପୁଅ ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ ମାଡ଼ ଦେଇଥିଲେ। ପରମ୍ପରା ପାଳନ କରି ସାରିବା ପରେ ଏହା ସମସ୍ତଙ୍କ ମଙ୍ଗଳ ପାଇଁ କରାଯାଏ ବୋଲି ବଘେଲ କହିଥିଲେ।

ପୂଜା ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ କରୋନା ନିୟମ ପାଳନ କରିବା ସହିତ ସହିତ ମାସ୍କ ପିନ୍ଧିବାକୁ ମଧ୍ୟ କହିଥିଲେ। ତା ସହିତ  ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପାରମ୍ପରିକ ନୃତ୍ୟର ତାଳେ ତାଳେ ନାଚିବା ମଧ୍ୟ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ

You might also like