ୱାଶିମ୍ : ବିହାର ପରେ ମହାରାଷ୍ଟ୍ରରେ ଦଶରଥ ମାଞ୍ଝି । ମାଉଣ୍ଟେନ୍ ମ୍ୟାନ୍ ଦଶରଥ ମାଞ୍ଝି ୨୫ ଫୁଟର ପାହାଡ଼ କାଟି ରାସ୍ତା ତିଆରି କରିଦେଇଥିଲେ । ଏହିପରି ସମାନ ମାମଲା ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ମହାରାଷ୍ଟ୍ରରେ ହଳେ ଦମ୍ପତି ୨୨ ଦିନରେ ୨୦ ଫୁଟ ଗଭୀର କୂଅ ଖୋଳି ଇତିହାସ ରଚିଛନ୍ତି । ଗାଁରେ ବର୍ଷ ବର୍ଷ ଧରି ଲାଗିରହିଥିବା ଜଳ ସଙ୍କଟରୁ ରକ୍ଷା ପାଇବା ପାଇଁ ତଥା ଲକଡାଉନ ସମୟର ସଦୁପଯୋଗ କରି ଏକ ମୁଖ୍ୟ ସମସ୍ୟାର ସମାଧାନ କରିଛନ୍ତି ରାମଦାସ ।

ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ମହାରାଷ୍ଟ୍ରର ୱାଶିମ୍ ଜିଲ୍ଲାର ଜାମଖଡା ଗ୍ରାମରେ ଜଳ ସଙ୍କଟ ଲାଗି ରହିଛି । ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ଟୋପାଏ ପାଣି ପାଇଁ ମହିଳାଙ୍କୁ ମାଇଲ ମାଇଲ୍ ବାଟ ଚାଲିବାକୁ ପଡ଼େ । ପାଦରେ କଣ୍ଟା ଫୁଟି ରକ୍ତ ବାହାରିଗଲେ ବି କିଛି ଚାରା ନାହିଁ । ତେବେ ଲକଡାଉନ୍ ପାଇଁ କାମଧନ୍ଦା ବନ୍ଦ ହୋଇଯିବାରୁ ଘରେ ଖାଲି ବସି ରହିବାକୁ ପସନ୍ଦ କରିନଥିଲେ ମହାରାଷ୍ଟ୍ରରରେ ଦଶରଥ ମାଞ୍ଝି ରାମଦାସ । ଆଉ ଏହାରି ମଧ୍ୟରେ ସ୍ତ୍ରୀଙ୍କ ସହ ମିଶି ଏକ କୂଳ ଖୋଳିବା ପାଇଁ ଚିନ୍ତା କରିଥିଲେ ରାମଦାସ । ପରିବାର ଲୋକଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିବା ପରେ ସମସ୍ତେ କୂଅ ଖୋଳିବା ପାଇଁ ରାଜି ହୋଇଯାଇଥିଲେ ।

ଆଉ ତା’ପରେ ପରିବାର ଲୋକଙ୍କ ସହ ମିଶି ୨୨ ଦିନ ମଧ୍ୟରେ ୨୦ ଫୁଟ କୂଅ ଖୋଳିଦେଲେ ରାମଦାସ । ବର୍ଷ ବର୍ଷର ସମସ୍ୟା ଲକଡାଉନ ସମୟରେ ସମାଧାନ ହୋଇଗଲା । ଘର ଦୁଆରେ କୂଅ ଖୋଳିବା ପରେ ଏବେ ରାମଦାସଙ୍କ ସ୍ତ୍ରୀଙ୍କୁ ଓ ଅନ୍ୟ ପରିବାର ସଦସ୍ୟଙ୍କୁ ଆଉ ମାଇଲ ମାଇଲ ଦୂର ଚାଲିବାକୁ ପଡ଼ୁନି । ଘରେ ମିଳିଯାଉଛି ପିଇବା ପାଣି ।

ସୂଚନାଯୋଗ୍ୟ ଗତ ବର୍ଷ ଏପ୍ରିଲ ମାସରେ ଲକଡାଉନ ସମୟରେ ମହାରାଷ୍ଟ୍ରର ୱାଶିମ ଜିଲ୍ଲାରେ ହିଁ ହଳେ ଦମ୍ପତି ନିଜ ଘରେ ଏକ କୂଅ ଖୋଳିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ୱାଶିମ୍ ଜିଲ୍ଲାର କରଖଡା ଗାଁର ବାସିନ୍ଦା ଗଜାନନ୍ ପକମୋଡ୍ ଏବଂ ତାଙ୍କ ପତ୍ନୀ ପୁଷ୍ପା ୨୧ ଦିନ ମଧ୍ୟରେ ୨୫ ଫୁଟ ଗଭୀର କୂଅ ଖୋଳି ଦେଇଥିଲେ।

Other Stories