ଦୁବାଇରେ ଦୋକାନ କରିଥିଲେ, ରାତାରାତି କୋଟିପତି ବନିଗଲେ

ନୂଆଦିଲ୍ଲ:ଦୁବାଇରେ ରହୁଥିବା ଜଣେ ଭାରତୀୟ ରାତାରାତି ପାଲଟି ଯାଇଛନ୍ତି ଲକ୍ଷପତି। ବେପାର କି ବଣିଜ କରି ନୁହେଁ, ଗୋଟିଏ  ଲଟେରୀ ଟିକଟ ତାଙ୍କ ଭାଗ୍ୟକୁ ଚମକାଇ ଦେଇଛି। ଭାରତୀୟ ଜଣକ ଦୁବାଇରେ ଦୋକାନ କରିଥିଲେ। ଲଟେରୀରେ ଜିତିଛନ୍ତି ଦୁଇ ଲକ୍ଷ (୫୪, ୪୫୨ ଡଲାର)। ସେ ଗତ ୧୦ ବର୍ଷ ହାଲା ରେଫଲରୁ ଲଟେରୀ ଟିକଟ କିଣୁଥିଲେ। ସେଠିକା ଗଣମାଧ୍ୟମ ରିପୋର୍ଟ ଅନୁସାରେ,  ଶ୍ରୀଜିତ ଦୁବାଇ ସପିଂ ଫେଷ୍ଟିଭଲର ୨୫ତମ ସଂସ୍କରଣ ଅବସରରେ ଏକ ଲଟେରୀ ଟିକଟ କିଣିଥିଲେ।

ଲଟେରୀ ଟିକଟ କିଣିବା ପରେ ଶୀଜିତ୍‌ କହିଛନ୍ତି, ପ୍ରଥମେ ଯତେବେଳେ ଶୁଣିଲି ମୋ କାନକୁ ବିଶ୍ୱାସ କରିପାରିଲି ନାହିଁ। ଲଟେରୀ ଦିନେ ଜିତିବି ଏଇ ଆଶା ୧୦ ବର୍ଷ ତଳୁ ଥିଲା। ସେଥିପାଇଁ ପ୍ରତିବର୍ଷ ଗୋଟଏ ରଫେଲ ଟିକଟ କିଣୁଥିଲି। ହେଲେ ଏତେ ପରିମାଣର ଟଙ୍କା ଜିତିବି ବୋଲି କେବେ ଭାବି ନ ଥିଲି।

ଶ୍ରୀଜିତ୍‌ଙ୍କର ୨ ପୁଅ ଏବଂ ଗର୍ଭବତୀ ପତ୍ନୀ ଅଛନ୍ତି। ଏହି ଟଙ୍କା ପାଇବା ପରେ ମୋ ପିଲାମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇ ଯାଇପାରିବ ବୋଲି ସେ ଖୁସିରେ ଗଦ୍‌ଗଦ୍‌ ହୋଇ କହିଛନ୍ତି। ସୂଚନାଥାଉ କି, ଇନ୍‌ଫିନିଟି ମେଗା ରଫେଲ ପ୍ରତିବର୍ଷ ଉତ୍ସବ ପାଳନ କରେ । ଏହି ଅବସରରେ ଏହାର ଭିଜିଟରଙ୍କୁ ଏକ ଇନ୍‌ଫିନିଟି କ୍ୟୁଏକ୍ସ-୫୦ କାର ଏବଂ ଦୁଇ ଲକ୍ଷ ଦିରହମ ପୁରସ୍କାର ପ୍ରଦାନ କରେ। ଏଥିସହିତ ଜଣେ ଭାଗ୍ୟଶାଳୀ ବିଜେତାଙ୍କୁ ୧୦ ଲକ୍ଷ ଦିରହମ ପୁରସ୍କାର ଦେଇଥାଏ।

 

You might also like