କାଶ୍ମୀରରେ ବଢୁଛି ରେଡିଓର ଚାହିଦା

ଶ୍ରୀନଗର: ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହେବାର ଦୁଇ ଦିନ ପୂର୍ବରୁ କଶ୍ମୀରରେ ଇଣ୍ଟରନେଟ୍, ମୋବାଇଲ ଓ କେବୁଲ୍ ଟିଭି ସେବା ବନ୍ଦ ରହିଛି। ଏବେ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କୋହଳ ହେବା ପରେ ଜମ୍ମୁ କଶ୍ମୀର ବାସୀ ନିଜ ଅଞ୍ଚଳର ଖବର ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ କେବୁଲ୍ ଟିଭି ବଦଳରେ ସେଟ୍ ଅପ୍ ବକ୍ସ ଏବଂ ଯେଉଁମାନେ ଡିଟିଏଚ ବିଲ୍ ଦେଇ ପାରୁନାହାନ୍ତି । ତେଣୁ ସେମାନେ ରେଡିଓ କିଣୁଥିବାର ଦେଖିବାକୁ ମିଳିଛି।

ପୂର୍ବରୁ ରେଡିଓ ବିକ୍ରି ଏକ ପ୍ରକାର ଠପ୍ ହୋଇଯାଇଥିବା ବେଳେ ଏବେ କିନ୍ତୁ ଏହାର ଚାହିଦା ଆକାଶ ଛୁଆଁ ହୋଇଛି କଶ୍ମୀରରେ।

‘ଡିଶ୍ ଟିଭି ସେଟ୍ ଅପ୍ ବକ୍ସ’ ସେବା ପ୍ରଦାନ କରୁଥିବା ଏଜେଣ୍ଟ ଅବଦୁଲ୍ ହମିଦ୍ କହିଛନ୍ତି ୧୪୪ ଧାରା କୋହଳ ହେବା ପରେ ସେ ଦୁଇ ଡଜନରୁ ଅଧିକ ସେଟ୍ ଟପ୍ ବକ୍ସ ବିକ୍ରୀ କରିସାରିଲେଣି। ମୋବାଇଲ୍ ସେବା ବ୍ୟାହତ ରହିଥିବା ବେଳେ ଲ୍ୟାଣ୍ଡ ଫୋନକୁ ସଂଯୋଗ କରି ଡିଟିଏଚ୍ ସେବାକୁ ଲୋକମାନେ ଚାଲୁ କରୁଛନ୍ତି।

ଧାରା ୩୭୦ ଉଚ୍ଛେଦ ହେବା ପରେ ମୋବାଇଲ୍ ସେବା ଏବେ ବି ଅଧିକାଂଶ ସ୍ଥାନରେ ବ୍ୟାହତ ରହିଛି। କେବଳ ବିଏସଏନଏଲ ଅଧିକାଂଶ ସ୍ଥାନରେ ଲ୍ୟାଣ୍ଡଲାଇନ୍ ସେବାକୁ ପୁନଃ ସଂଯୋଗ କରିଛି। ଜମ୍ମୁ କଶ୍ମୀରରେ ଉଭୟ ମୋବାଇଲ୍ ଓ ଲ୍ୟାଣ୍ଡଲାଇନ୍ ସେବା ଦେଖିବାକୁ ମିଳିଥାଏ। ଆତଙ୍କବାଦୀମାନେ ମୋବାଇଲ୍ ଟାଓ୍ୱାରକୁ ଉଡ଼ାଇଦେବାର ସମ୍ଭାବନା ଅଧିକ ରହିଥିବାରୁ ଏଠିକାର ଲୋକମାନେ ଲ୍ୟାଣ୍ଡଲାଇନ୍ ସେବା ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି।

ସେହିପରି ଏଫଏମ୍ ରେଡିଓ କିଣି ଲୋକମାନେ ଏହା ମାଧ୍ୟମରେ ଗୀତ ଶୁଣିବା ସାଙ୍ଗକୁ ଖବର ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିବା ଦେଖି କାର୍‌ର ପିଛା କଲେ ଲୋକେ, ତା ପରେ…

ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସହିତ ତୁଳନା କଲେ ଜାମ୍ମୁ ଓ କାଶ୍ମୀର ନେତା

You might also like