ଆଜିଠୁ ଟ୍ରାଇର ନୂଆ ଟାରିଫ୍‌ ନୀତି

ନୂଆଦିଲ୍ଲୀ: ଆଜିଠୁ କେବଲ୍‌ ଓ ଡିଟିଏଚ୍‌ ସଂପର୍କିତ ଟ୍ରାଇର ନୂଆ ଟାରିଫ୍‌ ଲାଗୁ ହେବ। ଉପଭୋକ୍ତା ଯେଉଁ ଚ୍ୟାନେଲ୍‌ ଦେଖିବେ, କେବଳ ତା ପାଇଁ ପଇସା ଦେବେ।

ଦର୍ଶକମାନେ ମାସିକ ୧୫୩ ଟଙ୍କାରେ ଦୂରଦର୍ଶନର ୨୬ଟି ଚ୍ୟାନେଲକୁ ମିଶାଇ ଶହେଟି ଫ୍ରି ଟୁ ଏୟାର ଚ୍ୟାନେଲ ଦେଖିପାରିବେ। ଅଧିକ ୨୦ ଟଙ୍କା ଦେଲେ ଆଉ ୨୫ଟି ଫ୍ରି ଟୁ ଏୟାର ଚ୍ୟାନେଲ ଦେଖିହେବ।

ପେ-ଚ୍ୟାନେଲ୍‌ କ୍ଷେତ୍ରରେ ଉପଭୋକ୍ତା ଯେଉଁ ଯେଉଁ ଚ୍ୟାନେଲ ଦେଖିବାକୁ ଚାହିଁବେ, କେବଳ ସେଇ ଚ୍ୟାନେଲ୍‌ ପାଇଁ ହିଁ ପଇସା ଦେବେ। ପ୍ରତି ଚ୍ୟାନେଲ୍‌ର ଦର ୧ରୁ ୧୯ ଟଙ୍କା ମଧ୍ୟରେ ନିର୍ଦ୍ଧାରଣ କରାଯାଇଛି।

ତେବେ ପ୍ୟାକେଜ୍‌ ମାଇଗ୍ରେସନ ପାଇଁ ଜାନୁଆରି ୩୧ ଯାଏ ସମୟ ଦିଆଯାଇଛି। ଏହା ଦ୍ୱାରା ସେହି ସମୟ ଯାଏ ଗ୍ରାହକମାନେ ବିନା କୌଣସି ବାଧାରେ ବିଭିନ୍ନ ଚ୍ୟାନେଲ ଦେଖିପାରିବେ।

ଉକ୍ତ ସମୟ ସୁଦ୍ଧା ଚ୍ୟାନେଲ ଦର ନିର୍ଦ୍ଧାରଣ ପ୍ରକ୍ରିୟାରେ ସ୍ପଷ୍ଟତା ମଧ୍ୟ ଆସିଯିବ।

 

You might also like