ସିବିଆଇର ଏହି ଅଫିସରଙ୍କୁ ମିଳିବ ରାଷ୍ଟ୍ରପତି ମେଡାଲ୍‌, କାନ୍ଥ ଡେଇଁ ଚିଦାମ୍ବରଙ୍କୁ ଗିରଫ କରିଥିଲେ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଗତକାଲି ରାଷ୍ଟ୍ରପତି ପୁଲିସ୍‌ ମେଡାଲ୍‌ ଘୋଷଣା କରାଯାଇଛି। ୨୮ ଜଣ ସିବିଆଇ ଅଫିସରଙ୍କୁ ଏହି ମେଡାଲ୍‌ ପ୍ରଦାନ କରାଯିବ। ଏହି ସିବିଆଇ ଅଫିସରଙ୍କ ମଧ୍ୟରେ ଡିଏସ୍‌ପି ରାମାସ୍ୱାମୀ ପାର୍ଥସାରଥୀଙ୍କ ନାଁ ମଧ୍ୟ ଅଛି। ଏ ହେଉଛନ୍ତି ସେଇ ସିବିଆଇ ଅଫିସର ଯିଏ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଗିରଫ କରିବା ପାଇଁ କାନ୍ଥ ଡେଇଁ ଘର ଭିତରକୁ ପଶିଥିଲେ।

ତାଙ୍କୁ(ରାମାସ୍ୱାମୀ ପାର୍ଥସାରଥୀ) ଏହି ମେଡାଲ୍‌ ବିଶିଷ୍ଟ ସେବା ପାଇଁ ପ୍ରଦାନ କରାଯିବ।

ସୂଚନାଥାଉ କି, ଗତବର୍ଷ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଚିଦାମ୍ବରମ୍‌ଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ଗିରଫ କରିଥିବା ସିବିଆଇ ଅଫିସର ରାମାସ୍ୱାମୀ ପାର୍ଥସାରଥୀ ଥିଲେ। ସେ ଚିଦାମ୍ବରଙ୍କ ପୁଅ କାର୍ତ୍ତିକ ଚିଦାମ୍ବରଙ୍କୁ ମଧ୍ୟ ଗିରଫ କରିଥିଲେ। କାର୍ତ୍ତିକଙ୍କୁ ମଧ୍ୟ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ କରାଯାଇଥିଲା।

ତେବେ ରାମାସ୍ୱାମୀଙ୍କ ବ୍ୟତୀତ ଅନ୍ୟ ଜଣେ ଅଫିସରଙ୍କୁ ମଧ୍ୟ ରାଷ୍ଟ୍ରପତି ପୁଲିସ୍‌ ମେଡାଲ୍‌ ପ୍ରଦାନ କରାଯିବ। ସେ ହେଲେ ଧୀରେନ୍ଦ୍ର ଶୁକ୍ଲା। ଯିଏ ମୁମ୍ବାଇର ସାମ୍ବାଦିକ ଜେ ଦେଙ୍କ ହତ୍ୟା ମାମଲାର ଯାଞ୍ଚ କରୁଥିଲେ।

You might also like