ଡିଏସପିଙ୍କ ସହ ଗିରଫ ଦୁଇ ଆତଙ୍କୀ ସାଧାରଣତନ୍ତ୍ର ଦିବସରେ ଆକ୍ରମଣ କରିଥାନ୍ତେ !

ନୂଆଦିଲ୍ଲୀ: ଆତଙ୍କୀ ଲିଙ୍କରେ ଗିରଫ ହେବା ପରେ ଜାମ୍ମୁ କାଶ୍ମୀରର ଡିଏସ୍‌ପି ଦବିନ୍ଦର ସିଂହଙ୍କ କଳା କାରନାମାର ଗୁମର ଧୀରେ ଧୀରେ ଖୋଲୁଛି ।  ଦବିନ୍ଦର ସହ ଗିରଫ ଆତଙ୍କବାଦୀ ନବିଦ ବାବୁକୁ ଜେରା ବେଳେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ । ଦବିନ୍ଦର ପୂର୍ବରୁ ଅନେକ ଥର ତାକୁ ସାହାଯ୍ୟ କରିଛି ବୋଲି ଖୁଲାସା କରିଛି ହିଜବୁଲ ଆତଙ୍କବାଦୀ ନବିଦ୍।

ଜେରା ବେଳେ ଆହୁରି ଜଣାପଡିଛି ଯେ ଦବିନ୍ଦର କେବଳ ଦିଲ୍ଲୀରେ ଆତଙ୍କୀ ହମଲା ନୁହେଁ, ହିଜବୁଲ ଟାର୍ଗେଟରେ ଜମ୍ମୁ, ପଞ୍ଜାବ ଓ ଚଣ୍ଡିଗଡ ଥିବା କଥା ବି ଜାଣିଥିଲେ । ନଭିଦ୍ କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ହେଉଥିବା ଫଣ୍ଡିଂ ସମ୍ପର୍କରେ ମଧ୍ୟ ଅଧିକ ଖୁଲାସା କରିଥିବା ତଦନ୍ତକାରୀ ଏଜେନ୍ସି କହିଛନ୍ତି । ନିଲମ୍ବିତ ଡିଏସ୍‌ପି ଦବିନ୍ଦର ଗତ ଶନିବାର ନିଜ କାରରେ ଦୁଇ ହିଜବୁଲ୍‌ ଆତଙ୍କବାଦୀଙ୍କୁ ନେଉଥିବା ବେଳେ ତାଙ୍କୁ ଗିରଫ କରିଥିଲା ଜାମ୍ମୁ ଓ କାଶ୍ମୀର ପୋଲିସ । ସେ୧୨ ଲକ୍ଷ ଟଙ୍କା ବଦଳରେ ଏହି ଦୁଇ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିଲେ ।

ଆଇଜି ବିଜୟ କୁମାରଙ୍କ କହିବା ଅନୁଯାୟୀ, ଦବିନ୍ଦର ପ୍ରଥମେ ଆତଙ୍କବାଦୀଙ୍କୁ ଜମ୍ମୁରେ ପହଞ୍ଚାଉଥିଲେ। ପରେ ତାଙ୍କୁ ଚଣ୍ଡୀଗଡ଼ ପହଞ୍ଚାଇ ଥାନ୍ତେ। ସେଠାରୁ ସେମାନେ ଦିଲ୍ଲୀ ଯାଇଥାନ୍ତେ। ଗୁଇନ୍ଦା ସୂତ୍ର ଅନୁସାରେ ଏହି ଆତଙ୍କୀମାନେ ସାଧାରଣତନ୍ତ୍ର ଦିବସରେ ଆକ୍ରମଣ କରିବାର ଯୋଜନା କରିଥିଲେ।

You might also like