ରିୟାଙ୍କ ଘରୁ ମିଳିଲା ଏମିତି ଜିନିଷ, ହୋଇପାରେ ୧୦ ବର୍ଷ ଜେଲ୍‌

ମୁମ୍ବାଇ: ବଲିଉଡ ଏକ୍ଟର ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ସଂପୃକ୍ତ ଡ୍ରଗ୍ସ ଲିଙ୍କର ଖୋଳତାଡ କରୁଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ( NCB)। ଏହି ମାମଲାରେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକଙ୍କୁ ଏନସିବି ପୂର୍ବରୁ ଗିରଫ କରିଛି। ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏନସିବି ସୁଶାନ୍ତଙ୍କ ଘର ଉପରେ ଚଢଉ କରି ଦେଢ କିଲୋ ଚରସ ଜବତ କରିଛି। ଏହା ପରେ ରିୟା ଏବଂ ସୌଭିକଙ୍କ ସମସ୍ୟା ବଢି ଯାଇପାରେ। ପ୍ରକାଶିତ ଖବର ଅନୁଯାୟୀ,  ରିୟା ଏବଂ ସୌଭିକଙ୍କୁ ୧୦ରୁ ୨୦ ବର୍ଷ ଜେଲ ଦଣ୍ଡ ହୋଇପାରେ।

ଏନସିବିର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ସୁଶାନ୍ତ ମୃତ୍ୟୁ ସହ ଜଡିତ କୌଣସି ଖବରର ଯାଞ୍ଚ ଆମେ କରୁ ନାହୁଁ। ସୁଶାନ୍ତଙ୍କ ମୃତ୍ୟୁ ସହ ଆମ ତଦନ୍ତର ମଧ୍ୟ କୌଣସି ସମ୍ପର୍କ ନାହିଁ। ଏହା ସିବିଆଇର ଦାୟିତ୍ୱ। ଆମର ମାମଲା ଡ୍ରଗ୍ସ କଣ୍ଟ୍ରୋଲକୁ ନେଇ। ତେଣୁ ଡ୍ରଗ୍ସ ନେଟୱର୍କ ଠାବ କରିବା ପାଇଁ ଚେଷ୍ଟା କରୁଛୁ। ଅଧିକାରୀଙ୍କ କହିବା ଅନୁଯାୟୀ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୧୯ ଜଣଙ୍କୁ ଗିରଫ କରାଗଲାଣି ଏବଂ ସମସ୍ତଙ୍କ ପାଖରୁ ଡ୍ରଗ୍ସ ଜବତ କରାଯାଇଛି।

ଏନସିବି ଅଧିକାରୀଙ୍କ କହିବା ଅନୁଯାୟୀ,  ଗିରଫ ସମସ୍ତଙ୍କ ପାଖରୁ ଡ୍ରଗ୍ସ ଜବତ ହୋଇଛି ଏବଂ ସେମାନଙ୍କ ବିରୋଧରେ ଏନଡିପିଏସ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ଯେଉଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି, ତାଙ୍କ ଉପରେ ଡ୍ରଗ୍ସ ପେମେଣ୍ଟ କରିବା କିମ୍ବା ଆର୍ଥିକ ସାହାଯ୍ୟ କରିବା ପରି ଆରୋପ ଲାଗିଛି।

ଏନସିବି ଟିମ୍‌ ପୁରା ନେଟୱର୍କର ପତ୍ତା ଲଗାଇବା ପାଇଁ ଚେଷ୍ଟା ଚଳାଇଛନ୍ତି। ଏନସିବି ଅଧିକାରୀଙ୍କ କହିବା ଅନୁଯାୟୀ, ରିୟାଙ୍କ ଓକିଲଙ୍କ ବୋଧହୁଏ ଏ ଯାଏ ଜଣା ନାହିଁ ଯେ ରିୟାଙ୍କ ଘରୁ କେତେ ମାତ୍ରରେ ଚରସ ଜବତ ହୋଇଛି।

ଖାଲି ଚରସ ନୁହେଁ, ରିୟାଙ୍କ ଘରୁ ବହୁ ମାତ୍ରାରେ ଗଞ୍ଜେଇ ଜବତ ହୋଇଛି।

 

ଆହୁରି ପଢ଼ନ୍ତୁ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

You might also like