ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ବିରୋଧରେ ସୁପ୍ରିମ୍‌କୋର୍ଟ ଯିବ NCB

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଜଡିତ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନକୁ ଆଜି ମୁମ୍ବାଇ ହାଇକୋର୍ଟ ମଞ୍ଜୁରୀ ଦେଇଛନ୍ତି। ଏହା ବିରୋଧରେ ଏନସିବି ସୁପ୍ରିମ କୋର୍ଟ ଯିବ ବୋଲି କହିଛି। ଆଡିସିନାଲ ସଲିସିଟର ଜେନରାଲ ଅ଼ନିଲ ସିଂ ହାଇକୋର୍ଟଙ୍କ ନିଷ୍ପତ୍ତି ଶୁଣିବା ପରେ କହିଛନ୍ତି, ‘ ଏହି କେସ୍‌ରେ  ଆଇନ ସହ ଜଡିତ ଅନେକ ପ୍ରଶ୍ନ ରହିଛି। ଏଥିପାଇଁ ଏନସିବି ରିୟାଙ୍କ ଜାମିନ ଆବେଦନକୁ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରିବ। ’

ଏନସିବି ଆହୁରି କହିଛନ୍ତି, କପି ଅର୍ଡର ଆମେ ଦେଖିବା ପରେ ଲିଗାଲ ଟିମ୍‌ ସହ ଆଲୋଚନା କରିବୁ । ତା’ ପରେ ଆଗକୁ କ’ଣ କରାଯିବ ସେ ନିଷ୍ପତି ନେବୁ।

ବମ୍ବେ ହାଇକୋର୍ଟ ରିୟାଙ୍କୁ ସର୍ତ୍ତ ମୂଳକ ଜାମିନ ମଞ୍ଜୁରୀ ଦେଇଛି। ତେବେ ରିୟାଙ୍କ ଭାଇ ସୌଭିକ ଓ ଅନ୍ୟ ଜଣଙ୍କର ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।

ବମ୍ବେ ହାଇକୋର୍ଟ ଆଜି ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି। ୧ ଲକ୍ଷ ଟଙ୍କା , ପାସ୍‌ପୋର୍ଟ ଡିପୋଜିଟ୍ କରିବାକୁ କୋର୍ଟ ରିୟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  କୋର୍ଟଙ୍କ ବିନା ଅନୁମତିରେ ବିଦେଶ ଗସ୍ତ କରିପାରିବେନି ରିୟା।  ସେହିପରି ରିୟା ଯଦି ଗ୍ରେଟର୍‌ ମୁମ୍ବାଇ ବାହାରକୁ ଯିବାକୁ ଚାହଁନ୍ତି ତା’ହେଲେ ଏଥିପାଇଁ ତଦନ୍ତ ଅଧିକାରୀଙ୍କୁ ଜଣାଇବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ନିକଟସ୍ଥ ପୋଲିସ ଷ୍ଟେସନରେ ସକାଳ ୧୧ଟାରେ ୧୦ ଦିନ ହାଜର ହେବେ ରିୟା। ଏଥିସହିତ ମାସରେ ଗୋଟିଏ ଥର ଏନସିବି କାର୍ଯ୍ୟାଳୟରେ ମଧ୍ୟ ହାଜିର ହେବେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।

ଡ୍ରଗ୍ସ ଲିଙ୍କ୍‌ ନେଇ ସେପ୍ଟେମ୍ବର ୮ରେ NCB ରିୟାଙ୍କୁ ଗିରଫ କରିଥିଲା। ଜେରା ସମୟରେ ସୁଶାନ୍ତଙ୍କ ପାଇଁ ଶୌଭିକ୍ ଜରିଆରେ ଡ୍ରଗ୍ସ ଆଣୁଥିଲେ ବୋଲି ରିୟା ମାନିଥିଲେ।

 

ଆହୁରି ପଢ଼ନ୍ତୁ

‘ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ’

ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

କାର୍ଗି‌ଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କଲେ ନବାଜ ସରିଫ

ପୁରୁଣା ମ୍ୟାପ ସହ ବିଜୟାଦଶମୀ ବାର୍ତ୍ତା ଦେଲେ ଓଲି

ଡୋଭାଲଙ୍କ ଚେତାବନୀ -‘ବିପଦ ଆସିଲେ ଛାଡ଼ିବୁନି’

ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ଏମିତି ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

You might also like