୬ ମାସ ଭିତରେ କରୋନା ଭାଇରସ୍ର ଚିକିତ୍ସା ସମ୍ଭବ !
ନୂଆଦିଲ୍ଲୀ:କରୋନା ପାଇଁ କୌଣସି ଔଷଧ ବାହାରି ନାହିଁ। ଚୀନ ଏବଂ ଆମେରିକା କରୋନା ଭ୍ୟାକ୍ସିନ ବାହାର କରିପାରିଛନ୍ତି ବୋଲି ଦାବି କରିଛନ୍ତି। ଚୀନ ଖୁବ୍ ଶୀଘ୍ର ଏହି ଭ୍ୟାକ୍ସିନ ପ୍ରସ୍ତୁତ କରିପାରିବ ବୋଲି ଦାବି କରିଥିବାବେଳେ ଆମେରିକା ଏଥିପାଇଁ ୧୮ ମାସ ଲାଗିବ ବୋଲି କହିଛି। ତେବେ ଆଜିଯାଏ କେହି କରୋନା ଚିକିତ୍ସା ପାଇଁ ଔଷଧ ବାହାର କରି ନାହାନ୍ତି।
ଭାରତର ଏକ ମେଡିସିନ କମ୍ପାନୀ ସିପ୍ଲା କରୋନା ଚିକିତ୍ସା ପାଇଁ ଖୁବ୍ ଶିଘ୍ର ବାହାର କରିବ ଔଷଧ । ଆସନ୍ତା ୬ ମାସ ଭିତରେ କରୋନା ଔଷଧ ବାହାର କରିପାରିବ ବୋଲି କମ୍ପାନୀ କହିଛି। ଯଦି ଏହା ହୁଏ ତେବେ ସିପ୍ଲା ହେବ ଭାରତର ପ୍ରଥମ କମ୍ପାନୀ ଯିଏ କରୋନା ଔଷଧ ବାହାର କରିବ। ଏଥିପାଇଁ କମ୍ପାନୀ ସରକାରୀ ଲାବରଟୋରୀ ସହ ମିଶି ଏହି ଔଷଧକୁ ବିକଶିତ କରୁଛି। ଏଥି ସହିତ ଏହି ଆସ୍ଥମା, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେଲେ ଯେଉଁ ଔଷଧ ବ୍ୟବହାର କରାଯାଉଛି ତାହା ଉପରେ ମଧ୍ୟ ଗବେଷଣା କରୁଛନ୍ତି।
ସିପ୍ଲାଇ ପ୍ରମୋଟର ୟୁସୁଫ୍ ହାମିଦ୍ ହାମିଦ୍ କହିଛନ୍ତି, ଆମେ ଆମର ସବୁ ଉଦ୍ୟମ ଦେଇ ଦେଶର ସ୍ୱାର୍ଥ ପାଇଁ କାମ କରିବାକୁ ଚାହୁଁଛୁ। ଏହାକୁ ଆମେ ରାଷ୍ଟ୍ରୀୟ କର୍ତ୍ତବ୍ୟ ବୋଲି ମାନୁଛୁ। ଏଥିସହିତ ଏହି ସବୁ ଔଷଧର ଉତ୍ପାଦକୁ ଦୁଇଗୁଣା କରିଛୁ।
ସୂଚନାଥାଉ କି, କରୋନା ଭାଇରସ ଚିକିତ୍ସା ପାଇଁ ଆଣ୍ଟି ଭାଇରଲ କମ୍ପାଉଣ୍ଡର ଉତ୍ପାଦନ ଆରମ୍ଭ କରାଯିବ। ତେବେ ଏହାର କଞ୍ଚାମାଲ ଉତ୍ପାଦନ ପରେ ଔଷଧ ପ୍ରସ୍ତୁତି କରିବା ପାଇଁ ୬ମାସ ସମୟ ଲାଗିବ ବୋଲି କହିଛନ୍ତି।