ତୈଳ କମ୍ପାନୀ ଉପରେ ଡ୍ରୋନ୍‌ ଆକ୍ରମଣ

ରିୟାଧ: ସାଉଦି ଆରବର ଆରାମକୋ ତୈଳ କମ୍ପାନୀ ଉପରେ ଡ୍ରୋନ୍‌ ଆକ୍ରମଣ ହୋଇଛି।ତୈଳ କମ୍ପାନୀରେ ନିଆଁ ଲାଗିବା ପରେ ସମ୍ପୂର୍ଣ୍ଣ ଆକାଶ ଧୂଆଁରେ ଆଚ୍ଛାଦିତ ହୋଇଯାଇଥିବା ଦେଖିବାକୁ ମିଳିଛି। ଏପରି କି ସେଠାରେ ଗୁଳିମାଡ଼ର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିବା ସୂଚନା ମିଳିଛି। ଆଜି ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି।

ଆଫଗାନିସ୍ତାନର ଗୃହ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି। ଆରାମକୋ ସାଉଦି ଆରବର ରାଷ୍ଟ୍ରୀୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ କମ୍ପାନୀ ଅଟେ।

ଅନ୍ୟପକ୍ଷରେ ଏହି ଡ୍ରୋନ୍‌ ଆକ୍ରମଣକୁ ନେଇ ୟେମେନରେ ଥିବା ହୁତି ବିଦ୍ରୋହୀ ନିଜକୁ ଦାୟୀ କରିଛନ୍ତି।

ତୈଳ କମ୍ପାନୀରେ ନିଆଁ ଲାଗିବା ପରେ କେତେ କ୍ଷତି ହୋଇଛି ତାହା ଜଣାପଡ଼ି ନ ଥିବାବେଳେ ଆଗାମୀ ଦିନରେ ବଜାର ଉପରେ ଏହାର ପ୍ରଭାବ କ’ଣ ପଡ଼ିବ ତାହା ମଧ୍ୟ ଅସ୍ପଷ୍ଟ ରହିଛି।

ଦୁଇ ପରମାଣୁ ସମ୍ପନ୍ନ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଏବଂ ଇରାନ ମଧ୍ୟରେ ତେଲକୁ ନେଇ ବିବାଦ ଚାଲିଥିବା ବେଳେ ସାଉଦି ଆରବର ଆରାମକୋ ଉପରେ ଆକ୍ରମଣ ହେବା ଅନେକ କିଛି ନକାରାତ୍ମକ ଭାବନାକୁ ଉଜାଗର କରିଛି।

ସୂଚନାଯୋଗ୍ୟ, ବିଶ୍ୱର ସବୁଠୁ ବଡ଼ ଏହି ତୈଳ କମ୍ପାନୀ ଉପରେ ଆତଙ୍କବାଦୀଙ୍କ ନଜର ରହିଛି। ୨୦୦୬ରେ ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ସାଉଦି ଆରବର ଏହି ରାଷ୍ଟ୍ରୀୟ ତୈଳ କମ୍ପାନୀ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲା। ହେଲେ ଏହା ବିଫଳ ହୋଇଥିଲା।

ଆହୁରି ପଢ଼ନ୍ତୁ

ରାହୁଲ ଓ ପ୍ରିୟଙ୍କାଙ୍କ ନାଁରେ ଥାନାରେ ମାମଲା ରୁଜୁ

ଏମିତି ଅବସ୍ଥାରେ ଉଦ୍ଧାର ହେଲା ନାବାଳିକାଙ୍କ ମୃତଦେହ

ସିବିଆଇ ତଦନ୍ତ ଦାବି କଲେ ହାଥରସ ପୀଡ଼ିତାଙ୍କ ଭାଇ; କହିଲେ, ବାପା ଚାପରେ ବୟାନ ଦେଇଛନ୍ତି

ହାଥରସ ପୀଡ଼ିତା ବାପାକୁ ଧମକାଉଥିଲେ କି ଡିଏମ୍‌? ଭିଡିଓ ଭାଇରାଲ୍

ହାଥରସ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇନି: ୟୁପି ପୋଲିସ

କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରସ ପୀଡ଼ିତାଙ୍କ ବାପା

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮ ହଜାର ପାର୍

ପୋଲିସ କର୍ମୀ ଅଟକାଉଥିବା ବେଳେ ଠେଲାପେଲାରେ ତଳେ ପଡ଼ିଗଲେ ରାହୁଲ ଗାନ୍ଧି

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଲକ୍‌ଡାଉନ୍ ବେଳେ ବୁକ୍‌ ହୋଇଥିବା ଟିକେଟ୍‌ର ପୂରା ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

You might also like