ଏଣିକି ରାସ୍ତା ମଝିରେ ଗାଡ଼ିରୁ ତେଲ ସରିଲେ ଦେବେ ଫାଇନ୍

ତେଲ ସରିଲେ ଫାଇନ

ନୂଆଦିଲ୍ଲୀ: ଟ୍ରାଫିକକୁ ନେଇ ଅନେକ ନିୟମ ଓ କଟକଣା ରହିଛି। ଯାହା ଆମେ ସମସ୍ତେ ଜାଣନ୍ତି। କାରଣ ନିତିଦିନ ଜୀବନରେ ରାସ୍ତାରେ ଗାଡ଼ି ଚଳାଇବାକୁ ହେଲେ ଏହି ସମ୍ପର୍କରେ ସବୁ ଟିକିନିଖି ତଥ୍ୟ ଆମେ ଜାଣିବା ନିହାତି ଦରକାର ନଚେତ୍ ରାସ୍ତାରେ ଜୋରିମାନା ଦେବାକୁ ଆମକୁ କେହି ରକ୍ଷା କରିବେ ନାହିଁ।

ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ କାରରେ ଇନ୍ଧନ ସରିଯିବାକୁ ଅପରାଧ ବୋଲି ବିବେଚନା କରାଯାଏ ଏବଂ ଏହାର ପ୍ରତିବଦଳରେ ଡ୍ରାଇଭରକୁ ଦଣ୍ଡ କିମ୍ବା ଜୋରିମାନା ଦେବାକୁ ପଡିଥାଏ । ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ କେଉଁ ଦେଶରେ ଏହି ବିଚିତ୍ର ନିୟମ  ରହିଛି ?

ମିଳିଥିବା ସୂଚନା ଅନୁସାରେ, ଜର୍ମାନୀରେ ଆପଣ ଯେତେ ସ୍ପିଡରେ ଚାହିଁବେ ନିଜ ଗାଡ଼ିକୁ ଚଲାଇପାରିବେ କିନ୍ତୁ ଯଦି କୌଣସି କାରଣ ବଶତଃ ଆପଣଙ୍କ ଗାଡ଼ିରୁ ମଝି ରାସ୍ତାରେ ତେଲ ସରିଗଲା ତେବେ କଥା ସରିଲା। କାରଣ ସ୍ଥାନୀୟ ସରକାର ଏହାକୁ ଅପରାଧ ବୋଲି ବିବେଚନା କରନ୍ତି। କେବଳ ଯେ, ଅପରାଧ ବିବେଚନା କରନ୍ତି ତାହା ନୁହେଁ ବରଂ ଏଥିଲାଗି ଆପଣଙ୍କୁ ଜୋରିମାନା ଦେବାକୁ ପଡିଥାଏ। ତେବେ ନିଜର ଏମିତି କିଛି ନିୟମ ଲାଗି ବିଶ୍ୱରେ ଜର୍ମାନିକୁ ନେଇ ବେଶ୍ ଚର୍ଚ୍ଚା ହୁଏ।

ଫୋନ୍ ଉଠାଇବା ମାତ୍ରେ ସାରା ବିଶ୍ୱରେ ଲୋକମାନେ ‘ହାଲୋ’ କୁହନ୍ତି, କିନ୍ତୁ ଜର୍ମାନୀରେ ଲୋକମାନେ ହାଲୋ ପରିବର୍ତ୍ତେ ସେମାନଙ୍କ ନାମ କୁହନ୍ତି । ଦୁନିଆର ସର୍ବୋଚ୍ଚ ଚର୍ଚ୍ଚ ମଧ୍ୟ ଜର୍ମାନୀରେ ଅବସ୍ଥିତ । ଏହି ଚର୍ଚ୍ଚର ନାମ ହେଉଛି ‘ଉଲମ ମିଷ୍ଟର’ । ଏହାସହ ଭାରତରେ ଲୋକମାନେ ଜନ୍ମଦିନର ଶୁଭେଚ୍ଛା ଆଗୁଆ ଜଣାନ୍ତି, କିନ୍ତୁ ଜର୍ମାନୀରେ ଏହା କରିବା ଅଶୁଭ ବୋଲି ବିବେଚନା କରାଯାଏ  । ଏଠାରେ କେବଳ ଜନ୍ମଦିନର ଶୁଭେଚ୍ଛା ଦିଆଯାଏ। ତେବେ ଏମିତି କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଏ ଜର୍ମାନୀ।

 

You might also like