ଜବତ ହେଲା ସାତ କୋଟିର ସୁନା

ନୂଆଦିଲ୍ଲୀ: ୭ କୋଟିର ସୁନା ଜବତ କଲା ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ(ଡିଆର୍‌ଆଇ)। ଏହି ସୁନା ମ୍ୟାନ୍‌ମାରରୁ ଭାରତକୁ ଚାଲାଣ ହେଉଥିଲା। ତିନିଟି ରାଜ୍ୟରେ ସର୍ଚ୍ଚ ଅପରେସନ କରି ଏହି ସୁନା ସବୁ ଜବତ କରାଯାଇଛି। ଏଥିସହିତ ୬ ଜଣ ଗିରଫ ମଧ୍ୟ ହୋଇଛନ୍ତି। ଏନେଇ ଆଜି ସୂଚନା ଦେଇଛି ଡିଆର୍‌ଆଇ।

ସୁନାସବୁ ମ୍ୟାନ୍‌ମାରରୁ ଭାରତକୁ ଅଣାଯିବାପରେ ବସ୍ ଯୋଗେ ଗୌହାଟି, ସିଲିଗୁଡ଼ି ଏବଂ ପାଟନାରୁ ନୂଆଦିଲ୍ଲୀକୁ ଅଣାଯାଉଥିଲା। ଏହି ସମୟରେ ସୁନା ଜବତ କରାଯାଇଥିବା ଡିଆରଆଇର ଦିଲ୍ଲୀ ୟୁନିଟ କହିଛି।

କରୋନା କାରଣରୁ ସ୍ମଗଲରମାନେ ବସଦେଇ ସୁନା ଚାଲାଣ କରୁଥିଲେ। ଗୌହାଟି ଏବଂ ପାଟନାରୁ ଦୁଇଜଣ ବ୍ୟକ୍ତି ଦିଲ୍ଲୀର ଜେୱାର ଟୋଲ ପ୍ଲାଜା ନିକଟରେ ଓହ୍ଲାଇଲା ପରେ ଡିଆରଆଇ ସେମାନଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୪.୯୮ କିଲୋଗ୍ରାମ ସୁନା ଜବତ କରାଯାଇଥିଲା। ସେହିପରି ପଶ୍ଚିମବଙ୍ଗର ସିଲିଗୁଡ଼ି ବସ୍‌ ଷ୍ଟେସନରେ ଦୁଇଜଣଙ୍କଠାରୁ ପୁଣି ୪.୯୮ କିଲୋଗ୍ରାମ ସୁନା ଜବତ କରାଯାଇଥିବାବେଳେ ପାଟନାରୁ ୩.୯୮ କିଲୋଗ୍ରାମ ସହ ମୋଟ ୧୪ କିଲୋଗ୍ରାମ ସୁନା ଜବତ କରାଯାଇଛି। ଏହାର ଆନୁମାନୁକ ମୂଲ୍ୟ ୭ କୋଟି ଟଙ୍କା ହେବ ବୋଲି ଡିଆରଆଇ କହିଛି।

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like