ଏଇ ଚାମ୍ବର ଭିତରେ ଚାଲିଗଲେ ଭାଇରସ୍‌ ମୁକ୍ତ ହେବ ସମ୍ପୂର୍ଣ୍ଣ ଶରୀର !

ନୂଆଦିଲ୍ଲୀ: ସମସ୍ତଙ୍କୁ ଘାରିଛି କରୋନା ଭୟ। ଦିନକୁ ଦିନ କରୋନାର କରାଳ ଗ୍ରାସରେ ହଜାର ହଜାର ଲୋକ ଜୀବନ ହାରୁଛନ୍ତି। ନା ଔଷଧ, ନା ଭାକ୍ସିନ …। ଏକମାତ୍ର ମାଧ୍ୟମ ହୋଇଛି ସାନିଟାଇଜେସନ ଓ ସୋଶାଲ ଡିଷ୍ଟାନ୍ସ। ନିୟମିତ ସମୟ ବ୍ୟବଧାନରେ ସାବୁନ, ହାଣ୍ଡୱାଶରେ ହାତ ଧୋଇବା, ସାନିଟାଇଜର ଲଗାଇବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ତଥାପି ମନରେ ଭୟ ରହୁଛି, କେଉଁଠି ଭାଇରସ ରହିଗଲା କି ? ଏ ନେଇ ଏକ ଖୁସି ଖବର, ଏଣିକି ମେସିନ୍‌ରେ ସମ୍ପୂର୍ଣ୍ଣ ଶରୀର ହେବ ସାନିଟାଇଜ୍।

ଏମିତି ଏକ ଡିସ୍‌ଇନ୍‌ଫେକ୍ସନ ଚାମ୍ବର ତିଆରି କରାଯାଇଛି,  ଯାହା ଭିତରେ ଥରେ ଆପଣ ଚାଲିଗଲେ ସମ୍ପୂର୍ଣ୍ଣ ଶରୀର ହେଇଯିବ ସାନିଟାଇଜ୍। ଏମିତି ଚ୍ୟାମ୍ବର ଲାଗିଛି  ଦିଲ୍ଲୀ ଏମ୍ସ ହସ୍‌ପିଟାଲ୍‌ ବାହାରେ । ଏହି ଚାମ୍ବର ଆପଣଙ୍କୁ ଏକଦମ୍ ଭୂତାଣୁ ମୁକ୍ତ କରିଦେବ ବୋଲି ଡାକ୍ତରମାନେ କହିଛନ୍ତି।

ଡାକ୍ତରଙ୍କ ସମେତ ଅନ୍ୟ ରୋଗୀ ଓ ତାଙ୍କ ସମ୍ପର୍କୀୟ ଏହି ଚ୍ୟାମ୍ବରରେ  ସାନିଟାଇଜ୍ ହେବା ପରେ ହସ୍ପିଟାଲ୍ ଭିତରକୁ ପ୍ରବେଶ କରିବେ। ଏହା ଦ୍ୱାରା ହସ୍ପିଟାଲ ବି କରୋନା ଭୂତାଣୁ ମୁକ୍ତ ରହିପାରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଅହମ୍ମଦନଗରସ୍ଥିତ ଡିଆରଡିଓ ଲାବୋରଟୋରୀ ଭେଇକ୍ଲି ରିସର୍ଚ୍ଚ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (VRDE) ଏହି ଡିସ୍‌ଇନ୍‌ଫେକ୍ସନ ଚାମ୍ବର ପ୍ରସ୍ତୁତ କରିଛନ୍ତି ଯାହକୁ PSE କୁହାଯାଉଛି।

କରୋନା ଭାଇରସରେ  ମୁକାବିଲା ପାଇଁ କେରଳରେ ମଧ୍ୟ ସାନିଟାଇଜେସନ୍ ବ୍ୟବସ୍ଥା କରାଯାଇଛି। କେରଳର ଥ୍ରସର ଜେନେରାଲ ହସ୍ପିଟାଲରେ ଲଗାଯାଇଛି ସାନିଟାଇଜ୍ ଟନେଲ୍। ମେଡ଼ିକାଲ ପ୍ରବେଶ ପଥରେ ଏହି ମେସିନ୍ ଲଗାଯାଇଛି। ରୋଗୀ, ଆଟେଣ୍ଡାଣ୍ଟ, ଡାକ୍ତର ଓ ନର୍ସମାନେ ହସ୍ପିଟାଲ ଭିତରକୁ ଯିବା ପୂର୍ବରୁ ଭଲ ଭାବେ ସାନିଟାଇଜ୍ ହୋଇ ଯାଉଛନ୍ତି।

You might also like