ଏଣିକି ମେସିନରେ ସାନିଟାଇଜ ହେବ ଟଙ୍କା, ମୋବାଇଲ ଓ ଲାପଟପ

ନୂଆଦିଲ୍ଲୀ: ଏଣିକି ମେସିନରେ ସାନିଟାଇଜ ହେବ ମୋବାଇଲ, ଲାପଟପ, ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ। ଏଭଳି ଏକ ମେସିନ ପ୍ରସ୍ତୁତ କରିଛି ଡିଆରଡିଓ। ଏହି ମେସିନ୍ ସାହାଯ୍ୟରେ ମୋବାଇଲ ଫୋନ, ଆଇପଡ୍, ଲାପଟପ୍, ଟଙ୍କା, ଚେକ୍, ଚାଲାଣ, ପାସବୁକ, ପେପର, ଏନଭଲପ୍ ଆଦି ସାନିଟାଇଜ ହୋଇପାରିବ।

ହାଇଦ୍ରାବାଦ ସ୍ଥିତ ଡିଆରଡିଓ ଏହି ମେସିନ୍ ପ୍ରସ୍ତୁତ କରିଛି। ଏହାକୁ ଡିଫେନ୍ସ ରିସର୍ଚ ଅଲଟ୍ରା ଭାଓଲେଟ ସାନିଟାଇଜର କୁହାଯାଉଛି। ଏହି ମେସିନ ସାହାଯ୍ୟରେ ଏହି ସାମଗ୍ରୀକୁ ନ ଛୁଇଁ ସାନିଟାଇଜ କରିହେବ।

ଫଳରେ କରୋନା ଭାଇରସ ସଂକ୍ରମଣକୁ ରୋକି ହେବ। ଏହି ମେସିନରେ ସେନସର ସାହାଯ୍ୟରେ ଡ୍ର ଖୋଲିବା ଓ ବନ୍ଦ ହେବା ବ୍ୟବସ୍ଥା ରହିଛି। ସାମଗ୍ରୀ ସାନିଟାଇଜ ହେବା ପରେ ଏହା ଅଟୋମେଟିକ୍ ବନ୍ଦ ହୋଇଯିବ। କରୋନା ସଂକ୍ରମଣ ରୋକିବାକୁ ଡିଆରଡିଓ ଏଭଳି ଏକ ପଦକ୍ଷେପ ନେଇଛି।

You might also like