• translate
Odishatv Bureau

ନୂଆଦିଲ୍ଲୀ: ଭାରତରେ ଆରମ୍ଭ ହେବ ଋଷିଆ ଭ୍ୟାକସିନ୍ ସ୍ପୁଟିନିକ୍-ଭିର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ। ସ୍ପୁଟିନିକ୍ ଭିର ଟ୍ରାଏଲ ପାଇଁ ଔଷଧ ନିୟନ୍ତ୍ରକ ଅନୁମତି ଦେବା ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତରେ ବିତରଣ ସଂସ୍ଥା ଡକ୍ଟର ରେଡ୍ଡୀ ଓ ସହଯୋଗୀ ଜେଏସ୍‌ଏସ୍‌ ମେଡିକାଲ୍ ରିସର୍ଚ୍ଚର ସହଭାଗିତା ସହ ପ୍ରକ୍ରିୟା ଆରମ୍ଭ କରିଛି। ଭାରତକୁ ଋଷିଆନ୍ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ ଦ୍ୱାରା ସ୍ପୁଟିନିକ୍-ଭି ଭ୍ୟାକସିନ୍ ଆସିବା ପରେ ଏହାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ହେବ।

ଏଥିରେ ୪୦ ହଜାର ସ୍ୱେଚ୍ଛାସେବା ଭାଗ ନେବେ। ଟ୍ରାଏଲ୍ କେତେ ଫଳପ୍ରଦ ହେଉଛି ତାହା ଉପରେ ନଜର ରହିବ। କାରଣ ପୂର୍ବରୁ ସ୍ପୁଟିନିକ୍ ୯୧ ପ୍ରତିଶତ ସଫଳ ହେବା ନେଇ ଦାବି କରିଥିଲା କମ୍ପାନି। ତେଣୁ ଭାରତରେ ଟ୍ରାଏଲ ଥ୍ରୀ ପରେ ହିଁ ଏହାର ବଣ୍ଟନ ନେଇ ଦିଗ ସ୍ଥିର ହେବ।

ଅଗଷ୍ଟ ୧୧ ତାରିଖରେ ୨୦୨୦ରେ ଗମଲେୟା ନ୍ୟାସ୍‌ନାଲ୍‌ ରିସର୍ଚ ଇନ୍‌ଷ୍ଟିଟ୍ୟୁଟ୍ ଅପ୍‌ ଏପିଡେମିଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ସ୍ପୁଟିନିକ୍‌-ଭି ଭ୍ୟାକ୍ସିନ୍‌ ପ୍ରୁସ୍ତୁ କରିଥିଲା। ଏହାକୁ ଋଷ ସ୍ୱାସ୍ଥ୍ୟମନ୍ତ୍ରାଳୟ ସରକାରୀସ୍ତରରେ ପଞ୍ଜିକୃତ ମଧ୍ୟ କରିଥିଲେ। ସରକାରୀ ଭାବେ ପଞ୍ଜିକୃତ ହେବାରେ ସ୍ପୁଟିନିକ-ଭି ହେଉଛି ବିଶ୍ୱର ପ୍ରଥମ କରୋନା ଟିକା।

 

Other Stories