ଭାରତରେ କରୋନା ସଂକ୍ରମଣରେ ବ୍ରେକ ଲଗାଇବ କି ଏହି ୩ ଫର୍ମୁଲା ?

ୱାଶିଂଟନ: ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ସପ୍ତାହେ ହେବ ଦେଶରେ ପ୍ରତ୍ୟେକ ଦିନ ପ୍ରତ୍ୟେକ ଦିନ ୩ ଲକ୍ଷରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା Dr Anthony S Fauci ଭାରତରେ କରୋନା ସ୍ଥିତି ଓ ଟିକାକରଣ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଭାରତରେ କରୋନା ସଂକ୍ରମଣକୁ ରୋକିବା ଲାଗି କିଛି ସପ୍ତାହ ସଟଡାଉନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ଇଂରାଜୀ ନ୍ୟୁଜପେପର The Indian Express କୁ Dr Anthony S Fauci ଏକ ସାକ୍ଷାତକାର ଦେଇ ଭାରତରେ କରୋନା ସ୍ଥିତି ନିୟନ୍ତ୍ରଣ ପାଇଁ ୩ଟି ଉପାୟ ବିଷୟରେ କହିଛନ୍ତି ଏହି ୩ଟି ଉପାୟ ହେଲା- ତତ୍କାଳ, ମଧ୍ୟମ ଓ ଲମ୍ବା ସମୟ ଏହି ସମୟରେ ଲୋକମାନେ ଟିକାକରଣ କରିବା ଅତ୍ୟନ୍ତ ଜରୁରୀଅକ୍ସିଜେନ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ତ୍ରୁଟି ଦୂର କରିବା ପାଇଁ ଆୟୋଗ କିମ୍ବା ଜରୁରୀକାଳୀନ ଗୋଷ୍ଠୀ ଗଠନ ବିଷୟରେ Dr Anthony S Fauci କହିଛନ୍ତି ଏମାନେ ପ୍ଲାନିଂ କରିବେ ଯେ, କିଭଳି ଭାବରେ ଅକ୍ସିଜେନ ମିଳିବ, ଏହାକୁ କିଭଳି ଭାବରେ ସପ୍ଲାଏ ହେବ ଓ କେମିତି ଔଷଧ ମିଳିବ ବୋଲି ସେ କହିଛନ୍ତି

ମଧ୍ୟମ ସ୍ତରରେ କାର୍ଯ୍ୟ କରିବା ପାଇଁ, ଯୁଦ୍ଧକାଳୀନ ଭିତ୍ତିରେ ଖୁବ ଶୀଘ୍ର ହସ୍ପିଟାଲ ପ୍ରତିଷ୍ଠା କରିବା ଜରୁରୀ ଏହାପରେ ଲମ୍ବା ସମୟ ଉପାୟକୁ ନେଇ, ଅଧିକରୁ ଅଧିକ ଲୋକ ଟିକାକରଣ କରିବା ଅତ୍ୟନ୍ତ ଜରୁରୀ ବୋଲି  Dr Anthony S Fauci କହିଛନ୍ତି

ପ୍ରଥମେ ତତ୍କାଳ ସମସ୍ୟାକୁ ସମାଧାନ କରିବା ପରେ ମଧ୍ୟମ ସ୍ତରର ସବୁ ଜିନିଷ ଆରମ୍ଭ କରନ୍ତୁ, ଏହାପରେ ଭ୍ୟାକ୍ସିନ ସହ ଜଡ଼ିତ ଲମ୍ବା ସମୟ ଉପାୟ ସମ୍ପର୍କରେ ଚିନ୍ତା କରିବା କଥା Dr Anthony କହିଛନ୍ତି। ସେ କହିଛନ୍ତି, ଭାରତରେ କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ ଜରୁରୀ ଆପଣଙ୍କୁ ୬ ମାସ ପର୍ଯ୍ୟନ୍ତ ସଟଡାଉନ କରିବା କିଛି ଆବଶ୍ୟକତା ନାହିଁ ସଂକ୍ରମଣ ରୋକିବା ପାଇଁ ଅସ୍ଥାୟୀ ଭାବେ ସଟଡାଉନ କରିପାରିବେ

ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶରେ ଏକ କୋଟି ୯୧ ଲକ୍ଷ ୬୪ ହଜାର ୯୬୯ରେ ପହଞ୍ଚିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪, ୦୧,୯୯୩ ଜଣଙ୍କୁ ମହାମାରୀ ନିଜ କବଜାକୁ ନେଇଛି । ଏହି ସମୟ ମଧ୍ୟରେ ୩୫୨୩ ଜଣଙ୍କର ମୃତ୍ୟୁ ଘଟିଛି ।

You might also like