‘୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ’

ନୂଆଦିଲ୍ଲୀ: ସଂସଦରେ ଆଜି ୨୦୨୦-୨୧ ବର୍ଷ ପାଇଁ  ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ର ଅର୍ଥମନ୍ତ୍ରୀ ତାଙ୍କ ପ୍ରାରମ୍ଭିକ ଭାଷଣରେ ମୋଦି ସରକାରଙ୍କ ସଫଳତା କଥା ବଖାଣି ଥିଲେ।

ସେ କହିଥିଲେ, “ଲୋକେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ମୋଦିଙ୍କୁ ଜିତାଇଛନ୍ତି। ଆମ ସରକାର ଲୋକଙ୍କ ପାଇଁ କାର୍ଯ୍ୟ କରି ଆସୁଛି। ନିମ୍ନରୁ ନିମ୍ନତମ ସ୍ଥାନରେ ଥିବା ଲୋକଙ୍କୁ ସହଯୋଗ କରିବା ଆମର କର୍ତ୍ତବ୍ୟ। ଜିଏସ୍‌ଟି ଆମ ଦେଶର ସବୁଠାରୁ ଐତିହାସିକ ନିଷ୍ପତ୍ତି। ଜାତୀୟ ସ୍ୱାର୍ଥ ଆଗରେ ରାଜନୀତି ତୁଚ୍ଛ ବୋଲି ଜିଏସ୍‌ଟି ପ୍ରମାଣ କରି ଦେଖାଇଛି।’

କୃଷି ଓ କୃଷକଙ୍କର ଉନ୍ନତି ନେଇ ୧୬ଟି ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ୬.୧୧ କୋଟି କୃଷକଙ୍କ ବୀମା କରାଯାଇଛି। ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରାଇବା ନେଇ ଆମ ସରକାର ଲକ୍ଷ୍ୟ ରଖିଛନ୍ତି’।

ବଜେଟ୍ ଉପସ୍ଥାପନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା।

You might also like