କରୋନା ରାପିଡ୍ ଟେଷ୍ଟ କିଟ୍‌ରେ ତ୍ରୁଟି ଅଭିଯୋଗ: ଦୁଇଦିନ ଟେଷ୍ଟ ବନ୍ଦ ରଖିବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ଟେଷ୍ଟ ପାଇଁ ଭାରତକୁ ଆସିଥିବା ରାପିଡ୍ ଟେଷ୍ଟ କିଟ୍‌ରେ ତ୍ରୁଟି ଥିବା ଅଭିଯୋଗ ହୋଇଛି। ଏନେଇ ICMR(ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ) ଦୁଇଦିନ ପାଇଁ ସମସ୍ତ ରାଜ୍ୟରେ କରୋନା ଟେଷ୍ଟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି।  ଏଥିସହିତ ତ୍ରୁଟିପୂର୍ଣ୍ଣ ରାପିଡ୍ ଟେଷ୍ଟ କିଟ୍‌ର ତଦନ୍ତ କରାଯିବ ବୋଲି ଆଇସିଏମ୍‌ଆର୍‌ କହିଛି।

ସୂଚନା ଅନୁଯାୟୀ, ପ୍ରାୟ ୫ ଲକ୍ଷ ରାପିଡ୍ ଟେଷ୍ଟ କିଟ୍ ସରକାରଙ୍କ ଦ୍ୱାରା କିଣାଯାଇଥିଲା। ହଟ୍‌-ସ୍ପଟ୍ ଅଞ୍ଚଳ ବା ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ରହୁଥିବା ଅଞ୍ଚଳରେ ଟେଷ୍ଟ କରାଇବା ପାଇଁ ଏହି କିଟ୍‌ ସବୁ ଚାଇନାରୁ କିଣାଯାଇଥିଲା।

RT-PCR ପରୀକ୍ଷା ଧୀର ଏବଂ ଲାବୋରେଟୋରୀରେ କରିବାକୁ ପଡ଼ୁଥିବାରୁ ତ୍ୱରିତ ପରୀକ୍ଷା ପାଇଁ ଏହି କିଟ୍‌କୁ ଭରସା କରାଯାଇଥିଲା।

ତେବେ କିଟ୍ ଆସିବାପରେ ରାଜସ୍ଥାନ ସମେତ କେତେକ ରାଜ୍ୟ କିଟ୍‌ରେ ତ୍ରୁଟି ଥିବା ଅଭିଯୋଗ ହୋଇଛି। ଏହି କିଟ୍ ଗୁଡ଼ିକର ସଠିକ୍ ରେଜଲ୍ଟ ଦେଖାଇବା ହାର ୫.୪% ବୋଲି ଆଜି ରାଜସ୍ଥାନ କହିଛି। ଏଥିସହିତ ନୂତନ କିଟ୍ ମାଧ୍ୟମରେ ପରୀକ୍ଷା ବନ୍ଦ ରଖିଛି।

ଆଇସିଏମଆର୍‌ ରମଣ ଆର ଗଙ୍ଗାଖେଡକର ଆଜି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ କହିଛନ୍ତି, “ଆପଣ ସମସ୍ତେ ଜାଣନ୍ତି ଯେ ରାପିଡ୍ ଟେଷ୍ଟ କିଟ୍ ସବୁ ରାଜ୍ୟକୁ ବଣ୍ଟନ କରାଯାଇଥିଲା। ଗୋଟିଏ ରାଜ୍ୟ କହିଛି ଯେ ଏହି ଟେଷ୍ଟ କିଟ୍‌ଗୁଡ଼ିକରେ ତ୍ରୁଟି ରହିଛି। ଆମେ ଏହାକୁ ତିନୋଟି ରାଜ୍ୟରୁ ଏହା ଜାଣିବାକୁ ପାଇଛୁ। ଏହା କିଛି ପରିମାଣରେ ସତ୍ୟ ଅଟେ। ଏହା ଏକ ଭଲ ସଙ୍କେତ ନୁହେଁ। ଆମେ ଏହା ଉପରେ କାମ ଆରମ୍ଭ କରିଛୁ।”

ଆସନ୍ତା ଦୁଇ ଦିନ ମଧ୍ୟରେ ସେମାନେ ଦ୍ରୁତ ପରୀକ୍ଷା କିଟ୍ ବ୍ୟବହାର କରାଯାଉଥିବା ସମସ୍ତ ରାଜ୍ୟକୁ ପ୍ରତିନିଧି ପଠାଇବେ ଏବଂ ଏଠାରେ ନମୁନା ଆଣି ପରୀକ୍ଷା କରିବେ ବୋଲି ଆସିଏମ୍ଆର୍ ପକ୍ଷରୁ କୁହାଯାଇଛି।

ଆର୍ ଗଙ୍ଗାଖେଡକର କହିଛନ୍ତି, “ସେପର୍ଯ୍ୟନ୍ତ ଏହି କିଟ୍ ସବୁକୁ ବ୍ୟବହାର ନକରିବାକୁ ସମସ୍ତ ରାଜ୍ୟକୁ ପରାମର୍ଶ ଦେଉଛୁ। ଦୁଇ ଦିନ ମଧ୍ୟରେ ଆମେ ଏହା ଉପରେ ବିସ୍ତୃତ ରିପୋର୍ଟ ଦେଇପାରିବୁ। ଯଦି ରାପିଡ୍ ଟେଷ୍ଟ କିଟ୍ ବ୍ୟାଚ୍ ତ୍ରୁଟିପୂର୍ଣ୍ଣ ଦେଖାଯାଏ, ତେବେ ଆମେ କମ୍ପାନୀକୁ ସମସ୍ତଙ୍କୁ ବଦଳାଇବାକୁ କହିବୁ।”

 

ଆହୁରି ପଢ଼ନ୍ତୁ

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

Coronavirus Odisha News: ଦିନକରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

You might also like