ନିଜ ଅହଙ୍କାର ପାଇଁ ନଷ୍ଟ କରନି ପିଲାଙ୍କ ଶୈଶବ, ବାପାମା’ଙ୍କୁ ଚେତାବନୀ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ

ମାନସିକ ଯନ୍ତ୍ରଣା ଭୋଗୁଛନ୍ତି କୋମଳମତି

ନୂଆଦିଲ୍ଲୀ : ବାପାମା’ଙ୍କ ଝଗଡ଼ାରେ ନଷ୍ଟ କରନି ପିଲାଙ୍କ ଶୈଶବ। ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ସ୍ନେହପ୍ରେମର ବନ୍ଧନକୁ ନଷ୍ଟ ନକରିବାକୁ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ । ବାପାମା’ଙ୍କ ମଧ୍ୟରେ କଳିଝଗଡ଼ାରେ ବଳିପଡ଼ୁଛି କୁନି କୁନି ପିଲାଙ୍କ ଶୈଶ। ଅସହ୍ୟ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି କୋମଳମତି। ଟିକିଏ ପାଟିତୁଣ୍ଡ ପାଇଁ ସୁନାର ସଂସାର ଚୂନା ହୋଇଯାଉଛି। ଯେଉଁ ସମୟରେ ଉଭୟ ବାପାମା’ଙ୍କ ସ୍ନେହ ଦରକାର, ସେ ସମୟରେ ଅଲଗା ରହିବାକୁ ବାଧ୍ୟ ହୁଅନ୍ତି ଦୁନିଆ କ’ଣ ଜାଣିନଥିବା କୁନି କୁନି ପିଲା ।

ବୃଥା ଅହଙ୍କାର ବଶବର୍ତ୍ତୀ ହୋଇ ଆଜିକାଲିର ବାପାମା’ମାନେ ସେମାନଙ୍କର ପିଲାମାନଙ୍କର ପିଲାଦିନକୁ ନଷ୍ଟ କରିଦିଅନ୍ତି । ବାପାମା’ଙ୍କ ଝଗଡ଼ାର ବୁଢ଼ିଆଣୀ ସୂତାରେ ପିଲାମାନେ ଦ୍ୱନ୍ଦ୍ୱରେ ରହିଯାଆନ୍ତି ଏବଂ ନିଜ ଭାଇଭଉଣୀଙ୍କ ସହିତ ଥିବା ସମ୍ପର୍କ ଭାଙ୍ଗିଯାଏ । ଜଣେ ମହିଳା ଏବଂ ତାଙ୍କଠାରୁ ଦୂରେଇ ଯାଇଥିବା ତାଙ୍କ  ସ୍ୱାମୀଙ୍କ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରିବା ସମୟରେ ଜଷ୍ଟିସ ସଞ୍ଜୟ କୁମାର କାଉଲଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ପରାମର୍ଶ ଦେଇଛନ୍ତି । କରୋନା କଟକଣା ଭିତରେ  ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ଶୁଣାଣି କରାଯାଇଥିଲା ।

ସ୍ୱାମୀସ୍ତ୍ରୀଙ୍କ ଝଗଡ଼ା ପାଇଁ ପରସ୍ପର ସମ୍ପର୍କକୁ ତ ନଷ୍ଟ ହେଛଛି, କୋମଳମତିଙ୍କ ପିଲାଦିନ ନଷ୍ଟ କରିଦେଉଛନ୍ତି । ଏହି ବେଞ୍ଚ ଅନ୍ତର୍ଗତ ଜଷ୍ଟିସ ଦୀନେଶ ମହେଶ୍ୱରୀ ଏବଂ ହ୍ରିକିକେଶ ରୟ ମଧ୍ୟ ଏନେଇ ଦୁଃଖ ପ୍ରକାଶ କରିଛନ୍ତି । ଏବଂ କହିଛନ୍ତି “ବାପାମା’ଙ୍କ ଅହଂକାର ହେତୁ ପିଲାମାନଙ୍କୁ ମାନସିକ ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି । ଉତ୍ତମ ଶିକ୍ଷା ଏବଂ ସ୍ୱଚ୍ଛଳ  ଆର୍ଥିକ ଅବସ୍ଥା ଥିବା ସତ୍ତ୍ୱେ ଦୁହେଁ ନିଜ ଜୀବନକୁ ଏକସଙ୍ଗେ ବିତାଇ‍ ପରିବର୍ତ୍ତେ ପରସ୍ପର ବିରୋଧରେ ବିଷୋଦଗାର କରିବାରେ ବ୍ୟସ୍ତ । କୌଣସି ଅଦାଲତ କେବେ ପତି-ପତ୍ନୀଙ୍କ ଭିତରର ଏଭଳି ମାମଲା ସମାଧାନ କରିପାରିବ ନାହିଁ।

ସ୍ୱାମୀ-ସ୍ତ୍ରୀଙ୍କ ଏପରି ଝଗଡ଼ା ଥରେ ପଦାକୁ ଆସିବା ମାତ୍ରେ ସମ୍ପର୍କ ଭାଙ୍ଗିବା ଥୟ ବୋଲି ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି। ତେବେ ଏଭଳି ଅଧିକାଂଶ ମାମଲାରେ ପିତାମାତାଙ୍କ ଆତ୍ମାଭିମାନ ପାଇଁ କେବଳ ସେମାନଙ୍କ ଶିଶୁମାନେ ହିଁ ଭୀଷଣ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ମାନ୍ୟବର ଅଦାଲତ ଚିନ୍ତା ପ୍ରକଟ କରିଛନ୍ତି। ନିଜ ପିଲାମାନଙ୍କର ଭବିଷ୍ୟତକୁ ବାଜି ଲଗାଇ ପରସ୍ପରକୁ କଷ୍ଟ ଦେବାରେ ଲାଗି ପଡ଼ିଛନ୍ତି । ଏପରି ସମୟରେ ବାପାମା’ଙ୍କୁ ନିଜର ନେହେଲ ନାହିଁ ପିଲାଙ୍କ ମଙ୍ଗଳ ଚିନ୍ତା କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ପରାମର୍ଶ ଦେଇଛନ୍ତି  ।

You might also like