ପ୍ରଥମ ଥର ପାଇଁ ମାସ୍କ ପିନ୍ଧିଲେ ଟ୍ରମ୍ପ

ୱାଶିଂଟନ: କରୋନା ମହାମାରୀ ଭିତରେ ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାସ୍କ ପିନ୍ଧିଥିବା ନଜରକୁ ଆସିଛି। ଶନିବାର ଏକ ସେନା ହସ୍ପିଟାଲକୁ ବୁଲିବାକୁ ଯାଇଥିବା ବେଳେ ଟ୍ରମ୍ପ ମାସ୍କ ପିନ୍ଧିଥିଲେ। ଆହତ ସୈନ୍ୟଙ୍କୁ ଦେଖିବାକୁ ୱାଲଟର ରିଡ୍ ମିଲିଟାରି ହସ୍ପିଟାଲ ଯାଇଥିବା ବେଳେ ଟ୍ରମ୍ପ କଳା ରଙ୍ଗର ଏକ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ତେବେ ଏହା ପୂର୍ବରୁ ହ୍ୱାଇଟ୍ ହାଉସରେ ଟ୍ରମ୍ପ କହିଥିଲେ ମୁଁ କେବେ ବି ମାସ୍କ ବିରୋଧରେ ନାହିଁ। କିନ୍ତୁ ଉପଯୁକ୍ତ ସ୍ଥାନ ଓ ସମୟରେ ମାସ୍କ ପିନ୍ଧିବାରେ ମୁଁ ବିଶ୍ୱାସ କରେ।

ଆଗରୁ ବିଭିନ୍ନ ସମାବେଶ, ସାମ୍ବାଦିକ ସମ୍ମିଳନୀ ଗୁଡ଼ିକରେ ଟ୍ରମ୍ପ ମାସ୍କ ପିନ୍ଧୁନଥିଲେ। ଏମିତିକି ହ୍ୱାଇଟ୍ ହାଉସରୁ ପଜିଟିଭ୍ କେସ୍ ବାହାରିବା ପରେ ମଧ୍ୟ ସେ ମାସ୍କ ପିନ୍ଧୁନଥିଲେ। ତେଣୁ ବର୍ତ୍ତମାନ ଟ୍ରମ୍ପ ମାସ୍କ ପିନ୍ଧିବାକୁ ନେଇ ଚର୍ଚ୍ଚା ହେଉଛି। ବର୍ତ୍ତମାନ ଆମେରିକାରେ ଭୟଙ୍କର ରୂପ ଧାରଣ କରିଛି ମହାମାରୀ କରୋନା। ଗଲା କିଛି ଦିନ ଲଗାତାର ଦୈନିକ ୬୦ ହଜାର ଉପରେ ନୂଆ କରୋନା ମାମଲା ସମ୍ନାକୁ ଆସୁଛି। ଏଠାରେ ଲକ୍ଷେ ୩୫ ହଜାରରୁ ଅଧିକ ଲୋକଙ୍କ ଜୀବନ ମଧ୍ୟ ନେଲାଣି କରୋନା।

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଓଡ଼ିଶାରେ କରୋନା ନେଲା ଆଉ ୧୪ ଜୀବନ

ଓଡ଼ିଶାରେ ୧,୫୨୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ, ଗଞ୍ଜାମରେ ସର୍ବାଧିକ

କରୋନା ମୃତ୍ୟୁ ପଞ୍ଝାରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା

କଟକ ସହରରୁ ୧୨୨ ପଜିଟିଭ ଚିହ୍ନଟ

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୫୪୩ ଆକ୍ରାନ୍ତ

ଚିନ୍ତା ବଢାଉଛି କଟକର ୩ ଅଞ୍ଚଳ, ଖୋଲିବ ଆଉ ଏକ କୋଭିଡ୍ ହସ୍ପିଟାଲ

ରାଜଧାନୀରୁ ୧୬୬ କରୋନା ପଜିଟିଭ ଚିହ୍ନଟ, ୬୮ ଲୋକାଲ କେସ୍

ଯୁବକଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ୫ ଅଟକ

କୋଭିଡ୍ ପରିଚାଳନାରେ ବଡ଼ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲେ ଅପରାଜିତା

You might also like