ଆମେରିକା ନିର୍ବାଚନ: ବହୁମତଠାରୁ ଅଳ୍ପ ଦୂରରେ ବାଇଡେନ୍‌

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦୁଇ ପ୍ରତିନ୍ଦ୍ୱନ୍ଦ୍ୱୀ ଡୋନାଲଡ୍ ଟ୍ରମ୍ପ ଓ ଜୋ ବାଇଡେନଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର। ଶେଷ ଖବର ସୁଦ୍ଧା ଜୋ ବାଇଡେନ ୨୬୪ ଇଲେକ୍ଟୋରାଲ ଭୋଟ ସହ ଆଗରେ ଥିବା ବେଳେ ଡୋନାଲ୍ଡ ଟ୍ରମ୍ପ ୨୧୪ ଇଲେକ୍ଟୋରାଲ ଭୋଟ ସହ ପଛରେ ଅଛନ୍ତି । ବାଇଡେନ୍‌ ପ୍ରମୁଖ ସହର ମିଶିଗନ ଏବଂ ବିସ୍କୋସିନ୍‌ରୁ ଜିତିଛନ୍ତି। ମିଡିଆ ସୂଚନା ଅନୁଯାୟୀ, ଏହା ପରେ ବାଇଡେନ ବାହୁମତ ପାଇଁ ଆବଶ୍ୟକ ୨୭୦ ଇଲେକ୍ଟୋରାଲ ଭୋଟ ପାଖାପାଖି ପହଞ୍ଚି ଯାଇଛନ୍ତି।

ଇଲେକ୍ଟୋରାଲ୍ ଭୋଟ୍ ଦୃଷ୍ଟିରୁ ପ୍ରମୁଖ ରାଜ୍ୟ ଗୁଡ଼ିକ ମଧ୍ୟରେ ମିଚିଗାନ, କାଲିଫର୍ଣ୍ଣିଆ, ନିୟୁୟର୍କ, ଇଲିନଏସ୍, ଓ୍ୱାଶିଂଟନ୍, ଭର୍ଜିନିଆ, ଆରିଜୋନା ଆଦିକୁ ଅକ୍ତିଆର କରିସାରିଛି ବାଇଡେନଙ୍କ ନେତୃତ୍ୱାଧିନ ଡେମୋକ୍ରାଟିକ୍ ପାର୍ଟି । ସେପଟେ ରାଷ୍ଟ୍ରପତି ଟ୍ରଂପଙ୍କ ରିପବ୍ଲିକାନ୍ ପାର୍ଟି ହାତକୁ ଆସିଛି ଫ୍ଲୋରିଡା, ଟେକ୍ସାସ୍, ଓହିଓ ଏବଂ ଇଣ୍ଡିଆନା, ଟେନେସି ଆଦି ରାଜ୍ୟ ।

ତେବେ ବାଇଡେନଙ୍କ ଠାରୁ ପଛରେ ପଡ଼ିଯିବା ଦେଖି, ଭୋଟିଂରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ସେ ଏହା ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ଜୋ ବାଇଡେନ୍ କହିଛନ୍ତି, ଗଣତି ଶେଷ ହେବା ପରେ ଆମର ନିଶ୍ଚୟ ବିଜୟ ହେବ।

You might also like