ଟ୍ରମ୍ପଙ୍କ ଆଶ୍ୱାସନା-ଚଳିତବର୍ଷ ଶେଷସୁଦ୍ଧା ଉପଲବ୍ଧ ହେବ କରୋନା ଭାକ୍ସିନ

ନ୍ୟୁୟର୍କ: କରୋନା ଭାଇରସରୁ ମୁକ୍ତି ପାଇବା ଆଶା ମଉଳି ଯାଉଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଛନ୍ତି ଆଶ୍ୱାସନା। ଭାରତୀୟ-ଆମେକରିକୀୟ ବୈଜ୍ଞାନିକଙ୍କୁ‌ ମହାନ ଏବଂ ଅନୁସନ୍ଧାନକର୍ତ୍ତା ବୋଲି ଦର୍ଶାଇ ଟ୍ରମ୍ପ ଶୁକ୍ରବାର କହିଛନ୍ତି, ଭାରତ ଏବଂ ଆମେରକା ବୈଜ୍ଞାନିକମାନେ ମିଳିତ ଭାବେ କରୋନା ଭାଇରସ୍ ଟିକା ବିକଶିତ କରିବା ପାଇଁ ଲାଗି ପଡ଼ିଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ଏହି ଭାକ୍‌ସିନ ଉପଲବ୍ଧ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ସେ ଆହୁରି କହିଛନ୍ତି, ଭାକ୍ସିନ ପାଇଁ ଉଭୟ ଭାରତ ଆଉ ଆମେରିକା ମିଶି କାମ କରୁଛନ୍ତି। ଆମେରିକାରେ ବହୁ ସଂଖ୍ୟକ ଭାରତୀୟ ଅଛନ୍ତି। ଆପଣ ଯେଉଁ ଲୋକଙ୍କ ବିଷୟରେ କଥା ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଟିକା ବିକଶିତ କରିବାରେ ଲାଗିଛନ୍ତି। ମହାନ ବୈଜ୍ଞାନିକ ଏବଂ ଅନୁସନ୍ଧାନକର୍ତ୍ତା।’

ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ବହୁତ ଭଲ ବନ୍ଧୁ ଦର୍ଶାଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଆଶା ପ୍ରକାଶ କରି କହିଛନ୍ତି ଏହି ମାସ ଶେଷ ସୁଦ୍ଧା କିମ୍ବା ଏହାର ଅଳ୍ପ କିଛି ଦିନ ବିଳମ୍ବରେ କରୋନା ଭାଇରସ ଟିକା ବଜାରରେ ଉପଲବ୍ଧ ହେବ।

 

ଆହୁରି ପଢ଼ନ୍ତୁ

You might also like