କମ୍‌ଲା ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ପୁରୁଷମାନେ ଅପମାନିତ ଅନୁଭବ କରିବେ

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ରାଷ୍ଟ୍ରପତି ଟ୍ରମ୍ପଙ୍କ ଅସମ୍ମାନଜନକ ବୟାନ ବଢି ବଢି ଚାଲିଛି। ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଡେମୋକ୍ରାଟିକ୍‌ ପାଟିର ଜୋ ବିଡେନ Joe Biden ଉପରାଷ୍ଟ୍ରପତି ପଦ ପାଇଁ ଭାରତୀୟ ମୂଳ କମଲା ହେରିଶଙ୍କ ନାମ ସୁପାରିଶ କରିଛନ୍ତି। ଏହାପରେ ଟ୍ରମ୍ପ କମଲାଙ୍କ ବିରୋଧରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଛନ୍ତି।
ଗତକାଲି କମଲାଙ୍କୁ ‘ଦୁଷ୍ଟ ମହିଳା’ ବୋଲି ଆକ୍ଷେପ କରିଥିବାବେଳେ ଆଜି ଆଉ ପାଦେ ବଢି ଯାଇଛନ୍ତି। କମଲାଙ୍କ ପ୍ରାର୍ଥିତ୍ୱ ପୁରୁଷଙ୍କ ପ୍ରତିଷ୍ଠା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଛନ୍ତି ଟ୍ରମ୍ପ।

ବୁଧବାର ଫକ୍ସ ସ୍ପୋର୍ଟସ ରେଡିଓକୁ ଏକ ଫୋନ ଇଣ୍ଟରଭ୍ୟୁ ଦେଇ ଟ୍ରମ୍ପ କହିଛନ୍ତି, କମଲା ହାରିଶଙ୍କ ପ୍ରାର୍ଥିତ୍ୱ ପୁରୁଷଙ୍କ ପ୍ରତି ଏକ ଅପମାନ। ସେତିକି ନୁହେଁ, ଟ୍ରମ୍ପ କମ୍‌ଲାଙ୍କୁ ଆମେରିକା ସିନେଟ୍‌ର ଜଣେ ଭୟଙ୍କର ସଦସ୍ୟ ବୋଲି ମଧ୍ୟ ଆକ୍ଷେପ କରିଛନ୍ତି। ସେ କହିଛନ୍ତି, ସେ (ବିଡେନ୍‌) ନିଜକୁ ଏକ ନିଶ୍ଚିତ ଲୋକଙ୍କ ମଧ୍ୟରେ ବାନ୍ଧି ଦେଇଛନ୍ତି। କିଛି ଲୋକ କହିପାରନ୍ତି, ଏହାଦ୍ୱାରା ପୁରୁଷମାନେ ଅପମାନିତ ଅନୁଭବ କରିବେ, ଅନ୍ୟ କେହି ଠିକ୍‌ ବୋଲି ବି କହିପାରନ୍ତି।
ଅନ୍ୟପକ୍ଷେ କମଲା ହାରିସଙ୍କ ସହ ତାଙ୍କର ଉପରାଷ୍ଟ୍ରପତି ପ୍ରାର୍ଥୀ ମାଇକ୍‌ ପେନ୍‌ସଙ୍କ ତୁଳନା କରି ତାଙ୍କୁ ପ୍ରଶଂସା କରିଛନ୍ତି

ଆହୁରି ପଢ଼ନ୍ତୁ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

You might also like