ଆମେରିକାରେ ଚୀନ୍ କମ୍ପାନୀ Tiktokକୁ କିଣିବ Oracle

ୱାଶିଂଟନ୍‌‌: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଆମେରିକାର ସଫ୍ଟୱେର କମ୍ପାନୀ ଓରାକଲକୁ ଭିଡିଓ ଶେୟାରିଂ ଆପ୍‌ କମ୍ପାନୀ ବାଇଟ୍‌‌ଡାନ୍ସ (ByteDance) କୁ କିଣିବା ପାଇଁ ମଞ୍ଜୁରୀ ଦେଇଛନ୍ତି। ଟ୍ରମ୍ପ ରବିବାର ସାମ୍ବାଦିକମାନଙ୍କୁ କହିଛନ୍ତି, ୱାଲମାର୍ଟ ବି ଏହି ବୁଝାମଣାରେ ଏକ ଅଂଶୀଦାର ରହିଛି। ଏହା ଟେକ୍ସାସରେ ଥିବା ନୂଆ କମ୍ପାନୀର ନିର୍ମାଣ ଦେଖିବ। ଆମେରିକା ଟିକଟିକ୍‌‌ର ପରିଚାଳନା କରିବ।

ସେ ଆହୁରି କହିଛନ୍ତି, ଏହି ବୁଝାମଣାରେ ଏକ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ଦାନ ସୂତ୍ରରେ ମିଳିଥିବା ପାଞ୍ଚ ହଜାର ଆରବ ଡଲାର ସାମିଲ କରାଯିବ। ଶୁକ୍ରବାର ବାଇଟ୍‌ଡାନ୍ସ କଲମ୍ବିଆର ଏକ ଜିଲ୍ଲା ଅଦାଲତରେ ଟ୍ରମ୍ପ ପ୍ରଶାସନର ଟିକଟକକୁ ଅଟକାଇ ରଖିଥିବା ନେଇ ଏକ ଅଭିଯୋଗ ଦାୟର କରିଥିଲେ।

ଅନ୍ୟପକ୍ଷରେ ଆମେରିକା ୱି ଚାଟ୍ (WeChat) ଏବଂ Tiktok ଡାଉନଲୋଡିଂ ରୋକିଥିବାରୁ ଚୀନ ଏହାକୁ ବିରୋଧ କରିଥିଲା। ଏପରିକି ଚାଇନିଜ୍ କମ୍ପାନୀର ହିତ ପାଇଁ କଠୋର ପଦକ୍ଷେପ ନେବ ବୋଲି ଚେତାବନୀ ଦେଇଥିଲା।

ଏଠି କହିରଖିବୁ, ଜାତୀୟ ସୁରକ୍ଷା ପ୍ରସଙ୍ଗ ଉଠାଇ ଆମେରିକା ଚୀନର ଲୋକପ୍ରିୟ ସୋସିଆଲ ମିଡିଆ ଆପ୍‌ ଟିକଟକ୍ ଏବଂ ୱି ଚାଟକୁ ବ୍ୟାନ କରି ଦେଇଥିଲା। ଏହା ପୂର୍ବରୁ ଭାରତ ମଧ୍ୟ ଚୀନର ଅନେକ ଲୋକପ୍ରିୟ ଆପ୍‌‌କୁ ବନ୍ଦ କରି ଦେଇଥିଲା। ଟିକଟକ୍‌ ଏବଂ ୱି ଚାଟ୍ କୌଣସି ଆମେରୀକିୟ କମ୍ପାନୀର ମାଲିକାନାକୁ ନ ଆସିବା ପର୍ଯ୍ୟନ୍ତ ଆମେରିକା ରାଷ୍ଟ୍ରପତି ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଏହି ୨ ଆପକୁ ବ୍ୟାନ କରିବା ପାଇଁ ଆଦେଶ ଜାରି କରିଥିଲେ।

ଆହୁରି ପଢ଼ନ୍ତୁ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

You might also like