ମେ ୨୫ ତାରିଖରୁ ଉଡ଼ିବ ଘରୋଇ ବିମାନ

ନୂଆଦିଲ୍ଲୀ: ମେ ୨୫ ତାରିଖରୁ ଉଡ଼ିବ ଘରୋଇ ବିମାନ। ଘରୋଇ ବିମାନ ଉଡ଼ାଣ ନେଇ ଆଜି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂହପୁରୀ।

କୋଭିଡ୍ -୧୯ ର ଲାଗି ଉଦ୍ଧିଷ୍ଟ ଗାଇଡନ ଲାଇନ୍ ପାଳନ ସହ ଉଡ଼ାଣ ଆରମ୍ଭ ହେବ। ଦେଶରେ ଘରୋଇ ବିମାନ ଉଡ଼ାଣ ନେଇ ସମସ୍ତ ବିମାନ ବନ୍ଦର ଏବଂ ବିମାନସେବା କମ୍ପାନୀ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏଥିପାଇଁ ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଖୁବ୍‌ଶୀଘ୍ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର୍‌ (ଏସ୍‌ଓପି) ଜାରି କରାଯିବ।

ନିକଟରେ ଏନେଇ ବିଭାଗୀୟ ମନ୍ତ୍ରୀ କହିଥିଲେ, ବିମାନ ଯାତ୍ରା ନେଇ ଭାରତ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି। କେବଳ ଭାରତ ସରକାରଙ୍କ ଅନୁମତିକୁ ଅପେକ୍ଷା ରହିଛି। ତେବେ ଆଜି ୨୫ ତାରିଖଠୁ ବିମାନ ଚଳାଚଳ ନେଇ ଅନୁମତି ଦେଇଛନ୍ତି ସରକାର। ତେବେ କରୋନା କଟକଣା ପରେ ବିମାନ ଚଳାଚଳ ସମ୍ପୂର୍ଣ୍ଣ ନୂଆ ହୋଇପାରେ। ତାହା କେମିତି ଆସନ୍ତୁ ଜାଣିବା

ଘରୋଇ ବିମାନ ସେବା ଆରମ୍ଭ ହେବାର ପ୍ରଥମ ପର୍ଯ୍ୟାୟରେ ଯାତ୍ରୀଙ୍କ ପାଇଁ ଅନେକ କଟକଣା ଲାଗିପାରେ।। ବିମାନ ଯାତ୍ରା ପାଇଁ ଯାତ୍ରୀଙ୍କୁ ପ୍ରଥମେ ଏକ ଫର୍ମ ଫିଲପ୍ କରିବାକୁ ପଡ଼ିବ। ଯେଉଁଥିରେ କୋଭିଡ୍-୧୯ ସମ୍ପର୍କିତ ସମସ୍ତ ତଥ୍ୟ ପଚରାଯାଇଥିବ।

ଏଥିସହିତ ସାଙ୍ଗରେ କୌଣସି କ୍ୟାବିନ୍‌ ବ୍ୟାଗେଜ୍ ନେବାକୁ ଅନୁମତି ମିଳିବ ନାହିଁ। ତା ସହିତ ଆରୋଗ୍ୟ ସେତୁ ଆପ୍ ଇନ୍‌ଷ୍ଟଲ୍ କରିବାକୁ ପଡ଼ିପାରେ। ଆଉ ଫ୍ଲାଇଟ୍ ଛାଡ଼ିବାର ଦୁଇ ଘଣ୍ଟା ପୂର୍ବରୁ ଯାତ୍ରୀଙ୍କୁ ପ୍ଲାଟ୍‌ଫର୍ମରେ ପହଞ୍ଚିବାକୁ ପଡ଼ିବ। ବିମାନ ଯାତ୍ରା ସମୟରେ ବିମାନର କ୍ରୁ ମେମ୍ବର୍‌ମାନେ ମଧ୍ୟ ପିପିଇ ବ୍ୟବହାର କରିବେ।

ମାର୍ଚ୍ଚ ୨୫ ତାରିଖରୁ ଇଣ୍ଡିଆରେ କରୋନା ଜନିତ ଲକ୍‌ଡାଉନ୍ ଜାରି ରହିଛି। ଏଥିପାଇଁ ସମସ୍ତ ବିମାନ ଉଡ଼ାଣ ମଧ୍ୟ ରଦ୍ଦ କରାଯାଇଥିଲା। ତେବେ ମେ ୨୫ ତାରିଖ ପରେ ଏହା ପୁଣି ଥରେ ଉଡ଼ାଣ ଭିରବାକୁ ଯାଉଛି।

 

You might also like