ହେଲ୍ମେଟ୍ ପିନ୍ଧି ଟ୍ରାଫିକ୍ ନିୟମ ବୁଝାଇଲା କୁକୁର
ନୂଆଦିଲ୍ଲୀ: ଦେଶରେ ନୂଆ ମୋଟର ଭେଇକ୍ଲି ଆକ୍ଟ ଆସିବା ପରେ ସୋଶାଲ ମିଡିଆରେ ଏହାକୁ ନେଇ ବେଶ ଚର୍ଚ୍ଚା। ଏ ସଂକ୍ରାନ୍ତ ଅନେକ ରୋଚକ ଖବର ଓ ଫଟୋ ଆମେ ସୋଶାଲ ମିଡିଆରେ ଦେଖିବାକୁ ମିଳେ। ନିକଟରେ ଏମିତି ଏକ ଫଟୋ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ନ ହସି ରହି ପାରିବେ ନାହିଁ।
ଫଟୋରେ ଦେଖିବାକୁ ମିଳିଛି ଏକ କୁକୁର ବାଇକ୍ରେ ପଛପଟେ ବସିଛି ଏବଂ ସେ ବି ହେଲମେଟ ପିନ୍ଧିଛି। ମାଲିକ ମଧ୍ୟ ହେଲମେଟ ପିନ୍ଧି ଗାଡ଼ି ଚଲାଉଛନ୍ତି। ତେବେ ଏଠାରେ କହି ରଖିବୁ କି, ଏହି ଫଟୋ ୨୦୧୫ ମସିହାର। ସେତେବେଳେ ଏହି ଫଟୋ ପ୍ରଥମ ଥର ପାଇଁ ସେୟାର ହୋଇଥିଲା। ଏବେ ନୂଆ ମୋଟରଯାନ ଆଇନ କଡ଼ାକଡ଼ି ହେବା ପରେ ପୁଣି ଥରେ ଏହି ଫଟୋ ଭାଇରାଲ ହୋଇଛି।
ଟୁଇଟର ୟୁଜର୍ସ ପ୍ରେରଣା ସିଂହ ବିନ୍ଦ୍ରା ଏହି ଫଟୋକୁ ଶେୟାର କରି କ୍ୟାପ୍ସନ ଲେଖିଛନ୍ତି-‘ଲୋକଙ୍କୁ ସଚେତନ କରିବା ପାଇଁ ଦିଲ୍ଲୀ ଟ୍ରାଫିକ ପୋଲିସ ଏହି ଫଟୋକୁ ବ୍ୟବହାର କରିବା ଉଚିତ ହେବ।
ସୋଶାଲ ମିଡିଆରେ ଅନେକ ଲୋକ ପ୍ରେରଣାଙ୍କ ଏହି ପ୍ରସ୍ତାବକୁ ସମର୍ଥନ ମଧ୍ୟ କରିଛନ୍ତି।