ସମ୍ବିଧାନ ମାନୁନାହାନ୍ତି କି ମମତା ବାନାର୍ଜୀ ?

ପଶ୍ଚିମବଙ୍ଗ : ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ବିଧାନକୁ ମାନନ୍ତୁ । ଯାହା ପଶ୍ଚିମବଙ୍ଗରେ ହେଉଛି ଅତ୍ୟନ୍ତ ଦୁଭାର୍ଗଜନକ । ଆଜି କିଛି ଏଭଳି ଢଙ୍ଗରେ ମମତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରାଜ୍ୟପାଳ ଜଗଦୀପ ଧାନକର୍ । ରାଜ୍ୟରେ ଆଇଅ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି । ଗତକାଲି ଯାହା ହେଲା ଗଣତନ୍ତ୍ର ପାଇଁ ଅତ୍ୟନ୍ତ ନିନ୍ଦନୀୟ । ରାଜନୀତିରେ ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ଦୋହରାଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ । ତେବେ ରାଜ୍ୟ ରାଜନୀତି ସମ୍ପର୍କରେ କହିବାକୁ ସେ ପସନ୍ଦ କରନ୍ତି ନାହିଁ ବୋଲି ସେ କହିଛନ୍ତି ।  

କିନ୍ତୁ ପରିସ୍ଥିତି ଏଭଳି ଆସିଛି  ଯାହା ତାଙ୍କୁ ବାଧ୍ୟ କରିଛି ଏମିତି କହିବାକୁ ।  ପୁରା ଘଟଣାର ଅନୁଧ୍ୟାନ କରାଯାଉଛି । ସବିଶେଷ ତଥ୍ୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଇ ଦିଆଯିବ ବୋଲି ରାଜ୍ୟପାଳ କହିଛନ୍ତି । ଗତକାଲି ପଶ୍ଚିମବଙ୍ଗ ଡାଇମଣ୍ଡ ହାର୍ବରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗାଡି ଯିବା ବେଳେ ପ୍ରବଳ ପଥର ଓ ଇଟା ମାଡ଼ ହୋଇଥିଲା । ନଡ୍ଡାଙ୍କ ସମେତ ଏକାଧିକ ବରିଷ୍ଠ ନେତାଙ୍କ ଗାଡ଼ିର ଭଙ୍ଗାରୁଜା ହୋଇଥିଲା ।

ଏପରିକି କୈଳାସ ବିଜୟଭର୍ଗେୟଙ୍କ ସମେତ ୧୦ ଜଣ ଆହତ ମଧ୍ୟ ହୋଇଥିବା ନେଇ ସୂଚନା ମିଳିଛି । ଘଟଣାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟପାଳଙ୍କୁ ସବିଶେଷ ରିପୋର୍ଟ ମାଗିଛନ୍ତି । ତେବେ ଏପରି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ଅନେକ ଏହି ଘଟଣାକୁ ନାପସନ୍ଦକରିଛନ୍ତି କାରଣ ଜଣେ ରାଷ୍ଟ୍ରୀୟ ଦଳର ନେତାଙ୍କ ଗାଡି ଉପକକୁ ଏପରି ଆକ୍ରମଣ ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି ।

You might also like