• translate
Prangyan Parimita

ମୁମ୍ବାଇ : ସଂକ୍ରମଣ ସାମାନ୍ୟ ଥମିଥିବା ବେଳେ ମୁମ୍ବାଇ ସାମ୍ନାରେ ସ୍ୱାଇନ୍ ଫ୍ଲୁ ସଙ୍କଟ । ଦେଶରେ କରୋନା ମହମାରୀ ମଧ୍ୟରେ ମୁମ୍ବାଇରେ ଚିହ୍ନଟ ସ୍ୱାଇନ୍ ଫ୍ଲୁ ମାମଲା ଚିନ୍ତା ବଢ଼ାଇ ଦେଇଛି । କରୋନାକୁ ମାତ୍ ଦେଇ ଘରକୁ ଫେରିବା ପରେ ପରେ ସ୍ୱାଇନ୍ ଫ୍ଲୁରେ ପୀଡ଼ିତ ହେଉଛନ୍ତି ରୋଗୀ । ସ୍ୱାଇନ୍ ଫ୍ଲୁ ଏବଂ କୋଭିଡ -୧୯ ର ଲକ୍ଷଣ ସମାନ । ତେବେ ଏପରି ସ୍ଥିତିରେ ରୋଗୀଙ୍କ ଚିକିତ୍ସା ସମୟରେ ଅଧିକ ଯତ୍ନବାନ ହେବା ଉଚିତ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । କାରଣ ଲକ୍ଷଣ ସମାନ ଥିବାରୁ ସ୍ୱାଇନ୍ ଫ୍ଲୁ ରୋଗୀଙ୍କୁ କୋଭିଡ ଚିକିତ୍ସା କରିବାର ଅନେକ ସମ୍ଭାବନା ରହିଛି ।

ସଂକ୍ରାମକ ରୋଗର ବିଶେଷଜ୍ଞ ଡକ୍ଟର ବସନ୍ତ ନାଗଭେକର ନିକଟରେ ଦୁଇଜଣ ରୋଗୀଙ୍କୁ ଥଣ୍ଡା, ଜ୍ୱର ଏବଂ ମୁଣ୍ଡବିନ୍ଧାର ଚିକିତ୍ସା କରିଥିଲେ। ସେଥିମଧ୍ୟରୁ ଜଣେ ରୋଗୀ କୋଭିଡ -୧୯ ସଂକ୍ରମିତ ଚିହ୍ନଟ ହୋଇଥିଲେ । ହେଲେ  ୯୦ ଦିନ ମଧ୍ୟରେ ରୋଗୀ ପୁଣି ଥରେ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଥିଲା । ଏପରି ମାମଲା ଖୁବ୍ ବିରଳ ଅଟେ । ଏପରି ପରିସ୍ଥିତିରେ ଡାକ୍ତର ରୋଗୀକୁ H1N1 ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ। ତେବେ ଟେଷ୍ଟିଂ ପରେ ରୋଗୀ H1N1 ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏପରି ରୋଗୀଙ୍କ ମଧ୍ୟରୁ ଦୁଇଟିରେ ସ୍ୱାଇନ୍ ଫ୍ଲୁ ଏବଂ ତୃତୀୟଟି H3N2 ପଜିଟିଭ୍ ମଧ୍ୟ ଦେଖିଥିଲେ ବୋଲି କହିଛନ୍ତି ଡକ୍ଟର ନାଗଭେକର । ଏହା ମଧ୍ୟ  Influenza-aର ଏକ ସବ୍ ଟାଇପ୍ ଅଟେ ।

ବର୍ତ୍ତମାନ ଚିକିତ୍ସା ସମୟରେ ମନେ ରଖିବାକୁ ହେବ ଅନେକ ଭୂତାଣୁ ପ୍ରଭାବ ବିସ୍ତାର କରୁଛନ୍ତି । ଏପରି ସ୍ଥିତିରେ ଯଦି ଜଣେ ରୋଗୀ କରୋନା ଚିକିତ୍ସା ଯୋଗୁଁ ସୁସ୍ଥ ହେଉନାହାଁନ୍ତି, ତେବେ ଅନ୍ୟ ସବୁ ପରୀକ୍ଷଣ କରାଇ ନେବା ଉଚିତ୍ । ବିଏମସିର ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ଚଳିତ ବର୍ଷ H1N1 ର ଦୁଇଟି ମାମଲା ଚିହ୍ନଟ ହୋଇଛି । ଗତ କିଛି ବର୍ଷ ମଧ୍ୟରେ ମୁମ୍ବାଇରେ H1N1 ପଜିଟିଭ୍ ଅନେକ ରୋଗୀ ଚିହ୍ନଟ ହୋଇଥିଲେ । ଗତ ବର୍ଷ ମୁମ୍ବାଇରେ H1N1ରେ ୪୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୦୧୯ରେ ୪୫୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଉ ସେଥି ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ।

Other Stories