କରୋନା ମୁକାବିଲା ପାଇଁ ସବୁ ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବଙ୍କ ଚିଠି

ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟେଷ୍ଟିଂ, ନମୁନା ସଂଗ୍ରହ କଣ୍ଟାକ୍ଟ ଟ୍ରେସିଂକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦେଇଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ –ICMR। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଛନ୍ତି।

ଅଧିକ ସଂକ୍ରମଣ ହେଉଥିବା ସ୍ଥାନମାନଙ୍କରେ ଲକ୍ଷଣ ଥିବା ବ୍ୟକ୍ତିଙ୍କଠାରୁ ଅଧିକ ସଂଖ୍ୟକ ନମୁନା ସଂଗ୍ରହ କରିବା ପାଇଁ କୁହାଯାଇଛି। ଏଥିପାଇଁ କ୍ୟାମ୍ପ ପ୍ରତିଷ୍ଠା କରିବା ଏବଂ ମୋବାଇଲ୍‌ ଭ୍ୟାନର ସାହାଯ୍ୟ ନେବାକୁ କୁହାଯାଇଛି।

ସେହିଭଳି ରାପିଡ୍ ଆଣ୍ଟିଜେନ ଟେଷ୍ଟ ଦ୍ୱାରା ନମୁନା ପରୀକ୍ଷା ଉପରେ ଜୋର୍‌ ଦେଇଛି ICMR। କେତେକ ରାଜ୍ୟରେ କଣ୍ଟାକ୍ଟ ଟ୍ରେସିଂ ଆବଶ୍ୟକୀୟ ପରିମାଣରେ ହେଉନଥିବା ଦର୍ଶାଇ ଏହାକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହିତ ICMR ଡାଟା ବେସ୍‌ରେ ଟେଷ୍ଟିଂ ଡାଟା ଉପଲବ୍ଧ କରାଇବାକୁ ସମସ୍ତ ଲ୍ୟାବ୍ ପାଇଁ ବାଧ୍ୟତାମୂଳକ କରାଯାଇଛି। ବେସରକାରୀ ଲ୍ୟାବ୍‌ ଦ୍ୱାରା କରାଯାଉଥିବା ଟେଷ୍ଟର ମୂଲ୍ୟ ନିର୍ଦ୍ଧାରଣ ଚୁଡ଼ାନ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଓଡ଼ିଶାରେ କରୋନା ନେଲା ଆଉ ୧୪ ଜୀବନ

ଓଡ଼ିଶାରେ ୧,୫୨୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ, ଗଞ୍ଜାମରେ ସର୍ବାଧିକ

କରୋନା ମୃତ୍ୟୁ ପଞ୍ଝାରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା

କଟକ ସହରରୁ ୧୨୨ ପଜିଟିଭ ଚିହ୍ନଟ

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୫୪୩ ଆକ୍ରାନ୍ତ

ଚିନ୍ତା ବଢାଉଛି କଟକର ୩ ଅଞ୍ଚଳ, ଖୋଲିବ ଆଉ ଏକ କୋଭିଡ୍ ହସ୍ପିଟାଲ

ରାଜଧାନୀରୁ ୧୬୬ କରୋନା ପଜିଟିଭ ଚିହ୍ନଟ, ୬୮ ଲୋକାଲ କେସ୍

ଯୁବକଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ୫ ଅଟକ

କୋଭିଡ୍ ପରିଚାଳନାରେ ବଡ଼ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲେ ଅପରାଜିତା

You might also like