୩ କରୋନା ରୋଗୀଙ୍କୁ ଭଲ କଲେ ଭାରତୀୟ ଡାକ୍ତର
ଜୟପୁର: ମହାମାରୀ କରୋନା ଭାଇରସରୁ କିପରି ନିଜକୁ ବଞ୍ଚେଇବେ ସେ ନେଇ ବିଶ୍ୱବାସୀ ଏକ ପ୍ରକାର ସଂଘର୍ଷ ଚଳାଇଛନ୍ତି। ତା ଏପରି ବିପତ୍ତି ଭିତରେ ଗୋଟିଏ ଗୋଟିଏ ଖବର ଅନେକ ଖୁସିର ବର୍ତ୍ତା ନେଇ ଆସୁଛି। ଏମିତି ଏକ ଖବର ଭାରତର ଜୟପୁରରୁ ଆସିଛି। ରାଜସ୍ଥାନର ଜୟପୁରରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ୪ ଜଣ ରୋଗୀଙ୍କ ମଧ୍ୟରୁ ୩ ଜଣଙ୍କୁ ଭାରତୀୟ ଡାକ୍ତର ମେଡିସିନ୍ ଦ୍ୱାରା ଭଲ କରି ପାରିଛନ୍ତି।