ବାବା ରାମଦେବଙ୍କ ବିରୋଧରେ ଆଜି କଳା ଦିବସ ପାଳନ କରୁଛନ୍ତି ଡାକ୍ତର

ବ୍ଲାକ୍ ହେଲା ହ୍ୱାଟସଆପ ଡିପି, କଳା ରିବନ ପିନ୍ଧି ଆରମ୍ଭ କଲେ କାମ

ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମଦେବ ଓ ଏଲୋପାଥି ଡାକ୍ତରଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନି । ଏହି କ୍ରମରେ ଆଜି ସାରା ଦେଶରେ କଳା ଦିବସ ପାଳନ କରୁଛନ୍ତି ଡାକ୍ତର । ବାବା ରାମଦେବଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସତ୍ୱେ ରୋଗୀସେବା ପ୍ରଭାବିତ ହେବ ନାହିଁ । ଆଜି ସକାଳୁ ସମସ୍ତ ଡାକ୍ତର ପିପିଇ କିଟ ପିନ୍ଧି କଳା ବ୍ୟାଜ, କଳା ରିବନ ବାନ୍ଧି ନିଜ ନିଜ ଡାକ୍ତରଖାନାରେ କାମ ଆରମ୍ଭ କରିଛନ୍ତି । ମହାମାରୀର ପରିସ୍ଥିତିରେ କାମ ଛାଡିହେବେ ନାହିଁ। କିନ୍ତୁ କାମ କରିବା ସହିତ ବିରୋଧ ପ୍ରଦର୍ଶନ ଜାରି ରହିବ ବୋଲି ଡାକ୍ତରମାନେ କହିଛନ୍ତି ।

ସମସ୍ତ ଡାକ୍ତର ଆଜି ହ୍ୱାଟସଆପ ଡିପି କଳା ରଖିବେ । ଜୁନ ୧ ରେ ସାରା ଦେଶରେ କଳା ଦିବସ ପାଳନ କରାଯିବ ବୋଲି ପୂବରୁ ଘୋଷଣା କରିଥିଲା ଫେଡେରସନ୍ ଅଫ୍ ରେଜିଷ୍ଟ୍ରେଡ୍ ଡକ୍ଟର ଆସୋସିଏସନ୍ ଇଣ୍ଡିଆ । FORDର ଅଧ୍ୟକ୍ଷ ମନୀଷ କହିଛନ୍ତି ଆମେ ଆୟୁର୍ବେଦଙ୍କ ବିରୁଦ୍ଧରେ ନୁହେଁ ବରଂ ବାବା ରାମଦେବଙ୍କ ବିରୁଦ୍ଧରେ ପ୍ରଦର୍ଶନ କରୁଛୁ । ବାବ ରାମଦେବ ଏଲୋପାଥି ଚିକିତ୍ସା ପଦ୍ଧତିକୁ ପରିହାସ କରିଛନ୍ତି । ରାମଦେବ ବାବାଙ୍କ ବୟାନ୍ ସରକାରଙ୍କ ଟିକାକରଣ କାର୍ଯ୍ୟକ୍ରମକୁ ସିଧାସଳଖ ଟାର୍ଗେଟ କରୁଛି । ଟିକାକରଣ ବିରୋଧରେ ମିଛ ଓ ଭ୍ରମ ସୃଷ୍ଟି କରୁଛନ୍ତି ଯୋଗଗୁରୁ ।

ବିବାଦୀୟ ବୟାନ୍ ପାଇଁ ବାବାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ବକ୍ଷୋଭ ପ୍ରଦର୍ଶନକୁ ଆହୁରି ତୀବ୍ର କରାଯିବ ବୋଲି ଧମକ ଦିଆଯାଇଛି । ୧୦ ହଜାର ଡାକ୍ତର ଏହି ବିରୋଧ ପ୍ରଦର୍ଶନରେ ସମର୍ଥନ ଜଣାଇବେ ବୋଲି ଆଶା କରାଯାଉଛି । ଏହି ବିବାଦ ଆଇଏମଏରୁ ଆରମ୍ଭ ହୋଇଥିଲା, କିନ୍ତୁ ବର୍ତ୍ତମାନ ଦେଶର ସମସ୍ତ ଡାକ୍ତର ବାବା ରାମଦେବଙ୍କ ବିବାଦୀୟ ବୟାନ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ।

ସୂଚନାଯୋଗ୍ୟ ଡାକ୍ତରଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିବାରୁ ଦୁଇ ଦିନ ପୂର୍ବରୁ ଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ ଆସୋସିଏସନ ( FAIMA ) ରାମଦେବ ବାବାଙ୍କୁ ଆଇନଗତ ନୋଟିସ୍ ପଠାଇଛି । FAIMA, ସ୍ୱାସ୍ଥ୍ୟକର୍ମୀଙ୍କ ସହ ମିଳିତ ଭାବେ ଦେଶର ସମସ୍ତ ରେସିଡେଣ୍ଟ ଡାକ୍ତର ଏସୋସିଏସନ ପକ୍ଷରୁ ନୋଟିସ୍ ପଠାଇଛନ୍ତି । ବାବା ରାମଦେବ ଶସ୍ତା ପ୍ରଚାର ପାଇଁ ଏଲୋପାଥିକୁ ନେଇ ଭିତ୍ତିହୀନ ବୟାନ ଦେଇଥିବା କହିଛି FAIMA । ଯୋଗଗୁରୁ ଦେଇଥିବା ବୟାନରେ କିଛି ବି ସତ୍ୟତା ଥିଲେ ପ୍ରମାଣ ଦିଅନ୍ତୁ, ନହେଲେ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି କରାଯାଇଥିଲା।

You might also like