ସାରା ବିଶ୍ୱରେ ବ୍ୟାପିପାରେ ଆଉ ଏକ ମହାମାରୀ, କରୋନାଠୁ ଅଧିକ ଭୟାନକ
ନୂଆଦିଲ୍ଲୀ: ଚୀନ୍ରୁ ଆସିଥିବା ମହାମାରୀ କରୋନା ଭାଇରସ୍ ଧୀରେ ଧୀରେ କମୁଥିବା ବେଳେ ବ୍ରିଟେନରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ଚିନ୍ତାର କାରଣ ପାଲଟିଛି। ଏସବୁ ଭିତରେ ଇବୋଲା ଭୂତାଣୁକୁ ଚିହ୍ନଟ କରିଥିବା ଡାକ୍ତରମାନେ ଚେତାବନୀ ଦେଇଛନ୍ତି ଯେ, କରୋନା ଭଳି ଆଉ ଏକ ମହାମାରୀ ସାରା ବିଶ୍ୱରେ ବ୍ୟାପିପାରେ। ଏହି ମହାମାରୀକୁ Disease X ବୋଲି କୁହାଯାଉଛି। ଏହା ଇବୋଲା ପରି ମାରାତ୍ମକ।
୧୯୭୬ ମସିହାରେ ଇବୋଲା ଭାଇରସ୍କୁ ଆବିଷ୍କାର କରିବାରେ ସହାୟତା କରିଥିବା ପ୍ରଫେସର ଜିନ୍-ଜ୍ୟାକ୍ସ ମୁୟେମ୍ବେ ତାମ୍ଫୁନ୍ କହିଛନ୍ତି ଯେ, ମାନବ ଜାତି ଅନେକ ଅଜଣା ଭୂତାଣୁର ସାମ୍ନା କରୁଛି। CNNକୁ ସାକ୍ଷାତକାର ଦେଇ ପ୍ରଫେସର ଜିନ୍ କହିଛନ୍ତି, ଆଜି ଆମେ ଏମିତି ଏକ ଦୁନିଆରେ ଅଛୁ, ଯେଉଁଠାରେ ନୂଆ ଭାଇରସ୍ ଆସିବା ସହ ଏହା ମାନବ ସମାଜ ପାଇଁ ବିପଦ ସୃଷ୍ଟି କରିବ। ମୁଁ ବିଶ୍ୱାସ କରୁଛି ଯେ, ଏହି ନୂଆ ଭାଇରସ୍ ଭବିଷ୍ୟତରେ ମହାମାରୀ କରୋନା ଭାଇରସ୍ ଅପେକ୍ଷା ଅଧିକ ବିପଜ୍ଜନକ ଓ ଭୟଙ୍କର ମଧ୍ୟ ହେବ। କଙ୍ଗୋର ଜଣେ ମହିଳା ରୋଗୀଙ୍କ hemorrhagic fever ଲକ୍ଷଣ ଦେଖାଯାଇଥିଲା। ଏହାପରେ ତାଙ୍କର ଇବୋଲା ଟେଷ୍ଟ୍ କରାଯାଇଥିଲା ଓ ରିପୋର୍ଟ ନେଗେଟିଭ ଆସିଥିଲା। ହେଲେ ଡାକ୍ତରମାନେ ଭୟ କରୁଛନ୍ତି ଯେ ସେ ‘Disease X‘ର ପ୍ରଥମ ରୋଗୀ ବୋଲି। ଏହା ନୂଆ ଭାଇରସ୍ କରୋନା ପରି ଶୀଘ୍ର ବ୍ୟାପିପାରେ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ‘Disease X‘ ମହାମାରୀ ଏବେ ଏକ ଅଜଣା ରୋଗ। କିନ୍ତୁ ଯଦି ଏହା ବ୍ୟାପେ ତା’ହେଲେ ଏହା ପୂରା ବିଶ୍ୱକୁ ବିନାଶ କରିଦେବ।
ପ୍ରଫେସର ଜିନ୍ ହିଁ ପ୍ରଥମେ ରହସ୍ୟମୟ ଭୂତାଣୁରେ ସଂକ୍ରମିତ ରୋଗୀଙ୍କ ରକ୍ତ ନମୁନା ନେଇଥିଲେ। ଯାହା ପରେ ଇବୋଲା ନାମରେ ନାମିତ ହୋଇଥିଲା। ଯେତେବେଳେ ପ୍ରଥମେ ଇବୋଲା ଭୂତାଣୁ ଚିହ୍ନଟ ହୋଇଥିଲା, ୟାମବୁକୁ ମିଶନ ହସ୍ପିଟାଲରେ ୮୮% ରୋଗୀ ଏବଂ ୮୦% କର୍ମଚାରୀଙ୍କ ମୃତ୍ୟୁବରଣ ହୋଇଥିଲା। ଯେଉଁମାନେ ଇବୋଲାରେ ସଂକ୍ରମିତ ହେଉଥିଲେ ସେମାନଙ୍କର ରକ୍ତସ୍ରାବ ହେଉଥିଲା ଓ ପରେ ତାଙ୍କର ମୃତ୍ୟୁ ହୋଇଯାଉଥିଲା। ପ୍ରଫେସର ଜିନ୍ଙ୍କ ଦ୍ୱାରା ନିଆଯାଇଥିବା ଏହି ନମୁନାକୁ ବେଲଜିୟମ ଏବଂ ଆମେରିକା ପଠାଯାଇଥିଲା। ଯେଉଁଠାରେ ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ଯେ, ରକ୍ତରେ ଏକ ପୋକ ଆକୃତିର ଜୀବାଣୁ ରହିଛି।
ବର୍ତ୍ତମାନ ପର୍ଯ୍ୟନ୍ତ yellow fever, ବିଭିନ୍ନ ପ୍ରକାରର ସ୍ୱାଇନ୍ ଫ୍ଲୁ, ରେବି ଏବଂ ଅନ୍ୟାନ୍ୟ ରୋଗ ପଶୁମାନଙ୍କଠାରୁ ମଣିଷକୁ ବ୍ୟାପିଛି। ସେଥିମଧ୍ୟରୁ ଅଧିକାଂଶ ମୂଷା କିମ୍ବା କୀଟପତଙ୍ଗ ନିକଟରୁ ବ୍ୟାପିଛି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ପଶୁମାନଙ୍କ ବାସସ୍ଥାନ ହ୍ରାସ ପାଇବାରେ ଲାଗିଛି ଏବଂ ବନ୍ୟଜନ୍ତୁ ମାନଙ୍କର ଚଳପ୍ରଚଳ ବାହାରେ ବଢ଼ୁଛି। ଏହି କାରଣରୁ ଅଧିକାଂଶ ସମୟରେ ବନ୍ୟଜନ୍ତୁ କିମ୍ବା ଅନ୍ୟ ଜୀବଜନ୍ତୁଙ୍କ ଶରୀରରୁ ମଣିଷ ଶରୀରକୁ ଭାଇରସ୍ ଆସୁଛନ୍ତି। ଯଦି ପ୍ରାକୃତିକ ବାସସ୍ଥାନ ନଷ୍ଟ ହୋଇଯାଏ, ତା’ହେଲେ ବହୁ ଜୀବଜନ୍ତୁଙ୍କ ମରିଯିବେ। ଏଭଳି ସ୍ଥିତିରେ କିନ୍ତୁ ମୂଷା, ବାଘ ଏବଂ କିଛି କୀଟପତଙ୍ଗ ମରିବେନି ରହିଯିବେ।
SARS, MERS ଓ କରୋନା ଭାଇରସ୍ ମଧ୍ୟ ପଶୁମାନଙ୍କ ନିକଟରୁ ମଣିଷ ଶରୀରକୁ ଆସିଛି। କୁହାଯାଉଛି ଯେ, ଚୀନର ଉହାନ ସହରରୁ ଉତ୍ପନ୍ନ ହୋଇଥିବା କରୋନା ଭାଇରସ୍ ବାଦୁଡ଼ିଠାରୁ ମଣିଷକୁ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ଏହି ଭାଇରସ୍ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇସାରିଲାଣି।
ବ୍ରିଟେନର Edinburgh ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ଅନୁଯାୟୀ, ପ୍ରତି ତିନି-ଚାରି ବର୍ଷରେ ଏକ ନୂତନ ଭୂତାଣୁ ଦୁନିଆକୁ ଆସୁଛି।ବିଶ୍ୱବିଦ୍ୟାଳୟର ପ୍ରଫେସର ମାର୍କ ଉଲ୍ହାଉସଙ୍କ ଅନୁଯାୟୀ, ଅଧିକାଂଶ ଭାଇରସ୍ ପଶୁମାନଙ୍କ ନିକଟରୁ ଆସୁଛି।
ଆହୁରି ପଢନ୍ତୁ :
ସତ ହେଲା ଆଶଙ୍କା, ଭାରତରେ ପହଞ୍ଚିଲା କରୋନା ବ୍ରିଟେନ୍ ଷ୍ଟ୍ରେନ୍, ଭ୍ୟାକ୍ସିନ୍ କାମ ଦେବ କି ନାଁ ଏମିତି କହିଲେ…
ଚୀନର ଉହାନ ସହର ସ୍ଥିତ ମାର୍କେଟରେ ଜୀବନ୍ତ ବନ୍ୟଜନ୍ତୁ ବିକ୍ରି କରାଯାଏ। ତେଣୁ ଏହି ଜୀବନ୍ତ ବନ୍ୟଜନ୍ତୁଙ୍କ ମଧ୍ୟରୁ କାହା ଶରୀରରେ ‘Disease X‘ ମହାମାରୀ ଥାଇପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି। କିଛି ବର୍ଷ ତଳେ ଏଠାରେ ସାର୍ସ ଏବଂ ମର୍ସ ପରି ରୋଗ ଦେଖା ଦେଇଥିଲା। ମର୍ସ ପ୍ରଥମେ ବାଦୁଡି ଏବଂ ବାଦୁଡିଠାରୁ ଓଟଙ୍କ ପାଖକୁ ସଂକ୍ରମିତ ହୋଇଥିଲା। ଓଟଙ୍କ ପାଖରୁ ମଣିଷକୁ ସଂକ୍ରମିତ ହୋଇଥିଲା। ବୈଜ୍ଞନିକମାନେ ଏକଥା ବି ବିଶ୍ୱାସ କରନ୍ତି ଯେ, ଇବୋଲୋ ମଧ୍ୟ ବାଦୁଡିଠାରୁ ମଣିଷକୁ ସଂକ୍ରମିତ ହୋଇଛି।