୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ବେଜିଂ: ଜଣେ ବ୍ୟକ୍ତିଙ୍କ ଆଖିରୁ ବାହାରିଲା ଜୀବନ୍ତ କୃମି। ଚୀନରେ ଏହି ଭୟଭୀତ ଘଟଣା ଘଟିଛି। ଡାକ୍ତରମାନେ ୬୦ ବର୍ଷୀୟ ବୃଦ୍ଧ ୱାନ୍‌ଙ୍କ ଆଖିରୁ ୨୦ଟି ଜୀବନ୍ତ କୃମି ବାହାର କରିଛନ୍ତି।

Daily Starର ରିପୋର୍ଟ ଅନୁସାରେ, କିଛି ମାସ ପୂର୍ବେ ୱାନ୍ ଆଖିରେ ଏକ ଅଜବ ପ୍ରକାର ଅନୁଭବ କରିଥିଲେ। ଅତ୍ୟଧିକ କ୍ଲାନ୍ତି ଯୋଗୁ ଏପରି ହେଉଥିବା ସେ ଭାବିଥିଲେ। ତେଣୁ ଏହା ବିଷୟରେ ସେ ଆଉ ଅଧିକ ଚିନ୍ତା କରିନଥିଲେ।

Khaleej Timesର ସୂଚନା ଅନୁସାରେ, ଆଖିରେ ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ସୁଜୌ ସିଟିର ଏକ ହସ୍ପିଟାଲ୍‌ରେ ୱାନ୍‌ଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଆଖିର ପରୀକ୍ଷା କରିବା ପରେ ଜଣାପଡ଼ିଥିଲା ଯେ, ୱାନ୍‌ଙ୍କ ଡାହାଣ ଆଖି ତଳେ ୨୦ଟି ଜୀବନ୍ତ କୃମି ରହିଛି। ଏହାପରେ nematode ନାମକ ଏହି କୃମିକୁ ଡାକ୍ତରମାନେ ୱାନ୍‌ଙ୍କ ଆଖିରୁ ବାହାର କରିଥିଲେ।

ନେମାଟୋଡ୍ ନାମକ କୃମି ହେଉଛି ଏକ ସାଧାରଣ ପରଜୀବୀ। ଏହା କୁକୁର, ବିରାଡି ଏବଂ ଅନ୍ୟାନ୍ୟ ପ୍ରାଣୀମାନଙ୍କଠାରେ ଦେଖିବାକୁ ମିଳିଥାଏ। ଡାକ୍ତରଙ୍କ କହିବା ଅନୁଯାୟୀ, ଏହା ଲାର୍ଭାରୁ କୃମି ହେବାପାଇଁ ୧୫ରୁ ୨୦ଦିନ ସମୟ ଲାଗିଥାଏ।

ଘରେ କୌଣସି ଗୃହପାଳିତ ପଶୁ ନଥିବା ୱାନ୍‌ ମେଡିକାଲ୍‌ ଷ୍ଟାଫ୍‌କୁ କହିଛଧନ୍ତି। ତେବେ ୱାନ୍‌ଙ୍କ ଆଖିରେ ଏହି ଜୀବନ୍ତ କୃମି ସବୁ କେମିତି ଆସିଲା ତାହା ଜଣାପଡ଼ିନାହିଁ।

You might also like