ମହିଳାଙ୍କ ପେଟରେ ଯନ୍ତ୍ରଣା ହେଲା, ଡାକ୍ତର ପ୍ରେସ୍କ୍ରିପ୍ସନ୍ ଲେଖିଲେ-‘କଣ୍ଡୋମ ବ୍ୟବହାର କର’

ରାଞ୍ଚି: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ, ଆମେ ଯାଇଥାଉ ଡାକ୍ତରଙ୍କ ପାଖକୁ। ତାଙ୍କରି ପରାମର୍ଶ କ୍ରମେ ଚିକିତ୍ସା କରିଥାଉ। ହେଲେ ଡାକ୍ତର ଯଦି ଆପଣଙ୍କୁ ଅଜବ ପରାମର୍ଶ ଦେବେ, ତାହେଲେ ଆପଣ କ’ଣ କରିବେ ! ଏମିତି ଦ୍ୱନ୍ଦ୍ୱରେ ପଡ଼ିଥିଲେ ରାଞ୍ଚିର ଜଣେ ମହିଳା, ଯିଏକି ତାଙ୍କ ପେଟ ଯନ୍ତ୍ରଣା ସମସ୍ୟା ଦେଖେଇବାକୁ ଡାକ୍ତରଙ୍କ ପାଖକୁ ଯାଇଥିଲେ। ହେଲେ ଡାକ୍ତରବାବୁ ତାଙ୍କୁ  ମେଡିସିନ୍‌ ଦେବା ବଦଳରେ  ପ୍ରେସ୍‌କ୍ରିପସନ୍‌ରେ ଯାହା ଲେଖିଲେ, ତାହା ଶୁଣିଲେ ଆପଣ  ଆଶ୍ଚର୍ଯ୍ୟ ହୋଇଯିବେ। ଗତ ଜୁଲାଇ ମାସ ୨୩ ତାରିଖରେ  ରାଞ୍ଚିର ଜଣେ ମହିଳାଙ୍କ ସହ ଘଟିଥିବା ଏହି ଘଟଣା ଏବେ ପଦାକୁ ଆସିଛି।

ପୂରା ଘଟଣା ଏହିପରି। ଝାଡ଼ଖଣ୍ଡ ପଶ୍ଚିମସିଂହଭୂମ ଜିଲ୍ଲାରେ ଏଭଳି ଅଜବ ଘଟଣା ଘଟିଛି।ଏଠାରେ ରହୁଥିବା ଜଣେ ମହିଳାଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ସ୍ଥାନୀୟ ଏକ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ଡାକ୍ତର ସମ୍ପୃକ୍ତ ମହିଳାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମେଡିସିନ୍‌ ଲେଖିବା ବଦଳରେ ‘କଣ୍ଡୋମ୍‌’ ବ୍ୟବହାର କରିବା ପାଇଁ ପ୍ରେସ୍‌କ୍ରିପସନ୍‌ରେ ଲେଖିଥଲେ। ମହିଳା ଜଣଙ୍କ ଯେତେବେଳେ ପ୍ରେସ୍‌କ୍ରିପସନ୍‌ ଧରି ମେଡିସିନ୍‌ ଦୋକାନକୁ ଗଲେ, ସେଠି ହିଁ କଥାଟା ଜଣାପଡ଼ିଥିଲା ଓ ତାଙ୍କୁ ଲଜ୍ଜିତ ହେବାକୁ ପଡ଼ିଥିଲା। ମେଡିସିନ୍ ଦୋକାନୀ ଜଣକ ପ୍ରେସ୍‌କ୍ରିପସନ୍‌ ଦେଖି ନିଜେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଯେତେବେଳେ କଥାଟି ମହିଳାଙ୍କୁ କହିଲେ, ସେ ତ ଆହୁରି ଅଧିକ ଆଶ୍ଚର୍ଯ୍ୟ ହୋଇଗଲେ।

ଡାକ୍ତର ତାଙ୍କୁ ପ୍ରେସ୍‌କ୍ରାଇବ୍‌ କରିଥିବା ମେଡିସିନ୍ କଣ୍ଡୋମ ବୋଲି ଜାଣିବା ପରେ ମହିଳା ଜଣଙ୍କ ଲଜ୍ଜିତ ଓ ଆଶ୍ଚର୍ଯ୍ୟ ହେଲେ। ତେଣୁ ସେ ହସ୍ପିଟାଲ୍‌ର ସିନିୟର ଡାକ୍ତରଙ୍କ ନିକଟକୁ ଯାଇ ତାଙ୍କ ପରାମର୍ଶ ନେବା ସହିତ ପୂରା ଘଟଣା ସମ୍ପର୍କରେ ନିଜର ଅଭିଯୋଗ ଜଣାଇଥିଲେ।

ସୂଚନା ଥାଉକି, ଝାଡ଼ଖଣ୍ଡର ଅନ୍ୟଏକ ଜିଲ୍ଲାରେ ୨ ଜଣ ଯୁବକଙ୍କ ସହ ମଧ୍ୟ ଏଭଳି କିଛି ଅଜବ ଘଟଣା ଘଟିଥିଲା। ପେଟରେ ଯନ୍ତ୍ରଣା ହେବାରୁ ସେମାନେ ସ୍ଥାନୀୟ ଏକ ସରକାରୀ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ଡାକ୍ତର ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ପ୍ରେଗ୍‌ନାନ୍ସି ଟେଷ୍ଟ୍‌ ପାଇଁ ପ୍ରେସ୍‌କ୍ରିପସନ୍‌ରେ ଲେଖିଥିଲେ।

ଲୋକମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ କିଭଳି ଭାବରେ ଉତ୍ତମ ସେବା ପାଇବେ ସେଥିପ୍ରତି ସରକାର ସବୁବେଳେ ଧ୍ୟାନ ଦେଉଛନ୍ତି। ହେଲେ ଏଭଳି କିଛି ଡାକ୍ତରଙ୍କ ଅବହେଳା ଯୋଗୁ ସରକାରଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଚେତନ ନେଇ ପ୍ରଶ୍ନ ଉଠୁଛି।

You might also like