ଆଇଏସଆଇଏସ୍‌ ଲିଙ୍କ ଅଭିଯୋଗରେ ପାକ୍‌ ଡାକ୍ତର ଗିରଫ

ନୂଆଦିଲ୍ଲୀ: ଆଇଏସ୍‌ଆଇଏସ୍‌ ଆତଙ୍କୀଙ୍କୁ ସାହାଯ୍ୟ କରିବା ପାଇଁ ଏବଂ ଆମେରିକା ଉପରେ ଆତଙ୍କୀ ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗରେ ଜଣେ ପାକିସ୍ତାନୀ ଡାକ୍ତରଙ୍କୁ ଗିରଫ କରାଯାଇଛି। ଆମେରିକା ମିନେସୋଟା ଜିଲ୍ଲାର ଜଣେ ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ମହମ୍ମଦ ମସୁଦ୍‌ (୨୮ ବର୍ଷ) ନାମକ ଜଣେ ଡାକ୍ତର ଆଇଏସଆଇଏସ୍‌ ଆତଙ୍କୀଙ୍କୁ ସମର୍ଥନ ଜଣାଇ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଏପରି କିଛି ବିବାଦୀୟ ବୟାନ ଦେଇଥିଲେ, ଯେଉଁଥିପାଇଁ ସେ ସନ୍ଦେହ ଘେରକୁ ଆସିଥିଲେ। ଏଥିସହିତ ଆଇଏସଆଇଏସ୍ ଆତଙ୍କୀ ଗୋଷ୍ଠୀଙ୍କ ପାଇଁ ଲଢ଼ିବା ଉଦ୍ଦେଶ୍ୟରେ ସିରିଆ ଯିବା ପାଇଁ ଚାହୁଁଥିଲେ ।

ସୁରକ୍ଷା କର୍ମୀଙ୍କ କହିବା ଅନୁଯାୟୀ, ମାସୁଦ୍‌ଙ୍କର ଆମେରିକା ଉପରେ ଆକ୍ରମଣ କରିବାର ଉଦ୍ଦେଶ୍ୟ ଥିଲା। ତାଙ୍କୁ ପୋଲିସ ପାଲ ଇଣ୍ଟରନାଶନାଲ ଏୟାରପୋର୍ଟରେ ଗିରଫ କରିଥିଲା। ୨୪ ମାର୍ଚ୍ଚରେ ତାଙ୍କର ଶୁଣାଣି ହେବ। ସେପର୍ଯ୍ୟନ୍ତ ତାଙ୍କୁ ଜେଲରେ ରହିବା ପାଇଁ ସ୍ଥାନୀୟ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଥାଉ କି, ମାସୁଦ୍‌ ପାକିସ୍ତାନର ଜଣେ ଲାଇସେନ୍ସପ୍ରାପ୍ତ ଚିକିତ୍ସକ ଅଟନ୍ତି। ଏଥି ସହିତ ରିସର୍ଚ୍ଚ କୋଅର୍ଡିନେଟର ଭାବେ ସେ ମିନେସୋଟାର ଏକ କ୍ଲିନିକରେ କାମ କରନ୍ତି। ଅଭିଯୋଗ ଅନୁଯାୟୀ, ମାସୁଦ୍‌ ଯୋଡାନ ଯିବା ପାଇଁ ଚିକାଗୋ ବିମାନ ବନ୍ଦରରୁ ଟିକେଟ ନେଇଥିଲେ। ସେଠାରୁ ସେ ସିରିଆ ଯାଇଥାନ୍ତେ। କିନ୍ତୁ କରୋନା ଭାଇରସ କାରଣରୁ ଜୋର୍ଡାନ ତା’ର ସୀମା ବନ୍ଦ କରିଦେଲା। ଯେଉଁଥିପାଇଁ ତାଙ୍କୁ ତାଙ୍କର ପ୍ଲାନ ବଦଳାଇବାକୁ ପଡ଼ିଥିଲା।

You might also like