ଆପଣ ଜାଣିଛନ୍ତି ବିରାଟ-ଅନୁଷ୍କାଙ୍କ ଝିଅର ନାଁ କଣ?
ଝିଅର ଫଟୋ ସେୟାର କଲେ ଅନୁଷ୍କା
ମୁମ୍ବାଇ: ସୋସିଆଲ ମିଡ଼ିଆରେ ନିଜ ଝିଅର ପ୍ରଥମ ଫଟୋ ସେୟାର କଲେ ଅଭିନେତ୍ରୀ ଅନୁଷ୍କା ଶର୍ମା। ସେୟାର ହୋଇଥିବା ଫଟୋରେ ବିରାଟ ଓ ଅନୁଷ୍କା ଝିଅକୁ କୋଳରେ ଧରିଥିବା ବେଳେ ବେଶ୍ ଖୁସି ନଜର ଆସିଛନ୍ତି। ଫଟୋ ସେୟାର କରି ଅନୁଷ୍କା ଝିଅର ନାଁ ‘ଭମିକା’ ରଖିଥିବା ଫ୍ୟାନ୍ସଙ୍କୁ ଜଣାଇଛନ୍ତି। ତେବେ ଏହି ଫଟୋ ସେୟାର କରିବା ମାତ୍ର ୫ ମିନିଟ୍ ସମୟ ମଧ୍ୟରେ ଲକ୍ଷେରୁ ଅଧିକ ଲାଇକ୍ ମିଳିଛି। ପ୍ରଶଂସକମାନେ ବିରାଟ ଓ ଅନୁଷ୍କାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।