କରୋନାରେ ଚାଲିଗଲା ଡିଏମ୍‌କେ ବିଧାୟକଙ୍କ ଜୀବନ

ଚେନ୍ନାଇ: କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ତାମିଲନାଡୁର ଡିଏମ୍‌କେ ବିଧାୟକ ଜେ ଅନ୍‌ବଝଗନ୍। ଆଜି ସକାଳେ ଚେନ୍ନାଇର ଏକ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା।

ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଜୁନ୍‌ ୨ରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ତାଙ୍କର କରୋନା ଟେଷ୍ଟ୍‌ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍‌ ଆସିଥିଲା।

ନିଶ୍ୱାସପ୍ରଶ୍ୱାସ ନେବାରେ ଆହୁରି ଅଧିକ କଷ୍ଟ ଅନୁଭବ ହେବାରୁ ଜୁନ୍‌ ୩ରେ ଜେ ଅନ୍‌ବଝଗନ୍‌ଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ସୋମବାର ସନ୍ଧ୍ୟାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିବାବେଳେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଯେତେବେଳେ ଜେ ଅନ୍‌ବଝଗନ୍ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ତାମିଲନାଡୁର ବିରୋଧୀ ଦଳ ଡିଏମ୍‌କେ, ତାମିଲନାଡୁ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। କରୋନା ମୁକାବିଲା କ୍ଷେତ୍ରରେ ସରକାର ବିଫଳ ହୋଇଥିବା ବିରୋଧୀ ଅଭିଯୋଗ ଆଣିଛି।

You might also like