୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା

ଭୋପାଲ: ଘର ଦ୍ୱାର ନଥିବା ଜଣେ ୪ ବର୍ଷୀୟ ଶିଶୁକନ୍ୟାର ଅସହାୟତାର ଫାଇଦା ଉଠାଇ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ମଧ୍ୟପ୍ରଦେଶର ମହୱଠାରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା।  ଏହି ଘଟଣାରେ ପୁଲିସ୍‌ ସଂପୃକ୍ତ ଜଣେ ଡିଜେକୁ ଗିରଫ କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୋଲିସ୍‌ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ୫୦ଟି ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଅପରାଧୀଙ୍କ କୁକର୍ମ ସମ୍ପର୍କରେ ତଥ୍ୟ ହାସଲ କରିପାରି ଥିଲା। ଅପରାଧୀ ଜଣକ ବିବାହିତ ହୋଇଥିବା ବେଳେ ତାଙ୍କ ପତ୍ନୀ ଗର୍ଭବତୀ ଅଛନ୍ତି।

ପୋଲିସ୍‌ କହିବା ଅନୁଯାୟୀ, ଆମେ ସିସିଟିଭିରୁ ହିଁ ଅଭିଯୁକ୍ତ ସମ୍ପର୍କରେ ତଥ୍ୟ ପାଇଥିଲୁ। ଅଭିଯୁକ୍ତ ଜଣଙ୍କ ପ୍ରଥମେ ଶ୍ରମିକ ଭାବେ କାମ କରୁଥିବା ଓ ଖୋଲା ଆକାଶ ତଳେ ରାତି କାଟୁଥିବା ଶିଶୁଟିର ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲା।

ଏହି ସମୟରେ ଶିଶୁକନ୍ୟାଟି ତାଙ୍କ ବାପାମା’ଙ୍କ ସହ ଶୋଇଥିଲେ। ରାତି ପ୍ରାୟ ୨.୧୫ ମିନିଟ୍‌ରେ ଅଭିଯୁକ୍ତ ଜଣଙ୍କ ରାସ୍ତାରେ ବୁଲୁଥିବାରୁ କୁକୁରମାନେ ତା’କୁ ଦେଖି ଭୁକିଥିଲେ। ହେଲେ ସେ ସେମାନଙ୍କୁ ପଥର ମାରି ବିଦା କରିଦେଇଥିଲା।

ଏହାପରେ ସେ ବାପାମା’ଙ୍କ ପାଖରେ ଶୋଇଥିବା ୪ ବର୍ଷର ଶିଶୁ କନ୍ୟାକୁ ଅପହରଣ କରିବା ସହ ନିକଟସ୍ଥ ଏକ ପରିତ୍ୟକ୍ତ କୋଠାରେ ଦୁଷ୍କର୍ମ କରିଥିଲା। ଶିଶୁଟି କାନ୍ଦିବାରୁ ସେ ତା’ର ତଣ୍ଟି ଚିପି ହତ୍ୟା କରିଥିଲା। ଏହାର ୧୦ ମିନିଟ୍‌ ପରେ ଅଭିଯୁକ୍ତ ଜଣଙ୍କ ଦୌଡ଼ିବା ଆରମ୍ଭ କରିଥିଲା। ସିସିଟିଭିକୁ ବିସ୍ତୃତ ଭାବେ ତର୍ଜମା କରିବା ପରେ ଅଭିଯୁକ୍ତ ଜଣଙ୍କ ଚିହ୍ନଟ ହୋଇଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

ଅନ୍ୟପକ୍ଷରେ ବାହାଘରରେ ମ୍ୟୁଜିକ ବଜାଉଥିବା ଏହି ବ୍ୟକ୍ତି ଜଣଙ୍କ ଗତବର୍ଷ ଏକ ରେଳ ଷ୍ଟେସନ ନିକଟରେ ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କୁ ମଧ୍ୟ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ହେଲେ ପୋଲିସ୍‌ରେ କୌଣସି ଅଭିଯୋଗ ନ ହେବାରୁ ସେ ଖସି ଯାଇଥିଲା।

You might also like