ବିଷ ବଳୟରେ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ଦୀପାବଳି ପରେ ଭୟଙ୍କର ପ୍ରଦୂଷଣ ସହ ବାୟୁର ମାନ  ସର୍ବାଧିକ ସ୍ତରରେ ପହଞ୍ଚିଛି।

ଦିଲ୍ଲୀର ଆନନ୍ଦବିହାର ଓ ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମ ଅଞ୍ଚଳରେ ପ୍ରଦୂଷଣ ସ୍ତର ସର୍ବାଧିକ ୯୯୯ ରେକର୍ଡ କରାଯାଇଛି।

ଗତକାଲି ରାତି ୯ଟା ପରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଥିଲା। ପ୍ରଦୂଷଣ ଯୋଗୁ ନିଶ୍ୱାସ ନେବା କଷ୍ଟକର ହୋଇଯାଇଛି।

ଦୀପାବଳିରେ ବାଣଫୁଟା ପାଇଁ ସୁପ୍ରିମକୋର୍ଟଙ୍କ କଟକଣା ରହିଥିଲେ ମଧ୍ୟ ଏହାର ଖୋଲାଖୋଲି ଉଲ୍ଲଂଘନ ହୋଇଥିଲା। ଏଥିଯୋଗୁ ଆଜି ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବିପଜ୍ଜନକ ସ୍ତରରେ ପହଞ୍ଚିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସ୍ଥାନରେ ଜଳ ସିଞ୍ଚନ କରାଯାଉଛି।

You might also like
Comments
Loading...