ପଣ୍ଡିତଙ୍କୁ ଥାପଡ ମାରି ବିବାହ ରୋକିବାକୁ ପଡ଼ିଲା

ଅଗରତାଲା : ପଶ୍ଚିମ ତ୍ରିପୁରା ଜିଲ୍ଲାର ଏକ ବିବାହ ହଲରେ ପ୍ରବେଶ କରି ବିବାହରେ ଜଡିତ ବର, ପଣ୍ଡିତ ଏବଂ ଅନ୍ୟ ଅତିଥିମାନଙ୍କ ସହ ଅଶ୍ଳୀଳ ବ୍ୟବହାର କରିବା ଜିଲ୍ଲା ମାଜିଷ୍ଟ୍ରେଟ (ଡିଏମ) ଶୈଳେଶ କୁମାର ଯାଦବଙ୍କୁ ମହଙ୍ଗା ପଡିଲା। ବିବାହ ରୋକିବା ପାଇଁ ଡିଏମ୍ ପଣ୍ଡିତଙ୍କୁ ଥାପଡ ମାରିଥିବା ଜଣାଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଏଭଳି କାର୍ଯ୍ୟ ନେ‍ଇ ତାଙ୍କ ପଦ ହରେଇବାକୁ ପଡିଛି।

ସୂଚନା ମୁତାବକ କୋଭିଡ -19 ପ୍ରୋଟୋକଲ ଲାଗୁ କରିବାବେଳେ ସେ ବିବାହ ଉତ୍ସବକୁ ଜବରଦସ୍ତ ବନ୍ଦ କରିଦେଇଥିଲେ। ଶୈଳେଶ କୁମାର ଯାଦବ ମୁଖ୍ୟ ଶାସନ ସଚିବ ମନୋଜ କୁମାରଙ୍କୁ ଏକ ଚିଠି ଲେଖି ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଯାଇଥିବାରୁ ତାଙ୍କୁ ପଶ୍ଚିମ ତ୍ରିପୁରା ଡିଏମ ପଦରୁ ମୁକ୍ତ କରାଯାଉ ବୋଲି ଅନୁରୋଧ କରିଛନ୍ତି।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୂଚନାନୁସାରେ, ଯାଦବ ଚିଠିରେ କହିଛନ୍ତି ଯେ ତ୍ରିପୁରା ସରକାର 26 ଏପ୍ରିଲ 2021 ରାତିରେ ଘଟଣାର ଅନୁସନ୍ଧାନ ପାଇଁ ଏକ ଉଚ୍ଚସ୍ତରୀୟ ଅନୁସନ୍ଧାନ କମିଟି ଗଠନ କରିଛନ୍ତି। ଚିଠି ଅନୁଯାୟୀ, ମାଣିକ୍ୟା କୋର୍ଟ ଏବଂ ଗୋଲାପ ବଗାନରେ ବିବାହ ସମାରୋହରେ ଅଗରତାଲାର କରୋନା ନାଇଟ୍ କର୍ଫ୍ୟୁ ଉଲ୍ଲଂଘନ କରି ଏହି ଘଟଣା ଘଟିଛି।

କ୍ୟାବିନେଟ ମୁଖପାତ୍ର ତଥା ରାଜ୍ୟ ଆଇନ ମନ୍ତ୍ରୀ ରତ୍ନଲାଲ ନାଥ କହିଛନ୍ତି ଯେ ମୁଖ୍ୟ ଶାସନ ସଚିବ ଯାଦବଙ୍କ ଚିଠିକୁ ଗ୍ରହଣ କରିଛନ୍ତି ଏବଂ ତାଙ୍କୁ ତୁରନ୍ତ ଏହି ପଦବୀରୁ ମୁକ୍ତ କରିଛନ୍ତି। ଇଣ୍ଡଷ୍ଟ୍ରିଜ୍ ଏବଂ ବାଣିଜ୍ୟର ନିର୍ଦ୍ଦେଶକ ହେମେନ୍ଦ୍ର କୁମାର ପଶ୍ଚିମ ତ୍ରିପୁରାର ଡିଏମ୍ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

You might also like