ଜୟାପ୍ରଦା ଓ ଆଜମ ଖାନ୍‌ଙ୍କ ମଧ୍ୟରେ ତେଜିଲା ବିବାଦ

ଲକ୍ଷ୍ନୌ: ଆପତ୍ତିଜନକ ମନ୍ତବ୍ୟକୁ ନେଇ ଉତ୍ତରପ୍ରଦେଶ ରାମପୁରରେ ବିଜେପି ପ୍ରାର୍ଥୀ ଜୟାପ୍ରଦା ଓ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ଧରିଛି। ଆଜମ୍ ଖାନ୍ ଦେଇଥିବା ଅଶାଳୀନ ମନ୍ତବ୍ୟର ଦୃଢ଼ ଜବାବ ଦେଇଛନ୍ତି ଜୟା।

ଏଭଳି ବ୍ୟକ୍ତିକୁ ନିର୍ବାଚନ ଲଢିବାରୁ ସୁଯୋଗ ଦିଆଯିବା ଉଚିତ୍ ନୁହେଁ ବୋଲି ଜୟା କହିଛନ୍ତି। ଏଥିସହ ସେ ଭୟଭୀତ ହୋଇ ରାମପୁରରୁ ପଳାୟନ କରିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି।

ଗତ ରବିବାର ଏକ ନିର୍ବାଚନ ରାଲିରେ ଦଳ ମୁଖିଆ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ଆଜମ ଖାନ୍ ଜୟାପ୍ରଦାଙ୍କ ବିରୁଦ୍ଧରେ ଅପମାନ ଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲେ ମଧ୍ୟ ଅଖିଳେଶ କିମ୍ବା ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟିର ସହଯୋଗୀ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଏହା ଉପରେ କୌଣସି ମନ୍ତବ୍ୟ ଦେଇନାହାନ୍ତି। ଜୟାପ୍ରଦା ସମାଜବାଦୀ ପାର୍ଟି ଟିକଟରେ ରାମପୁରରୁ ସାଂସଦ ନିର୍ବାଚିତ ହୋଇଥିଲେ ତେବେ ଦଳ ଛାଡ଼ି ବିଜେପିରେ ସାମିଲ ହେବା ପରଠାରୁ ଆଜମ୍ ଖାନ୍ ତାଙ୍କୁ ଟାର୍ଗେଟ କରିଆସୁଛନ୍ତି।

You might also like