ଦିଲ୍ଲୀ ରାଜପଥରେ ଗଡ଼ିଲା ରୁକୁଣା ରଥ; ଛିଡ଼ା ହୋଇ ତାଳି ମାରିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପରେଡରେ ଓଡ଼ିଶା ପକ୍ଷରୁ ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଛି। ପାରମ୍ପରିକ କଳାକୃତୀ ଓ ଓଡ଼ିଆ ସଂସ୍କୃତିକୁ ନେଇ ହୋଇଥିବା ଏହି ପ୍ରଜ୍ଞାପନ ମେଢ଼ ଏଥର ରାଜପଥରେ ଗଡ଼ିଛି।

ଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥର ପ୍ରତିକୃତୀ ଭାବେ ଏହି ପ୍ରଜ୍ଞାପନ ମେଢ଼ କରାଯାଇଛି। ଏହାସହ ମେଢ଼ରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଛି। ଏହାସହ ମେଢ଼ କଡ଼ରେ ୩ଟି ଓଡ଼ିଶୀ ନୃତ୍ୟ ଅନୁଷ୍ଠାନରୁ ୩୦ ଜଣ କଳାକାର ନୃତ୍ୟ ଓ ସଂଗୀତ ପରିବେଷଣ କରିଛନ୍ତି।

 

ପ୍ରତିଷ୍ଠିତ ଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକାଡ଼େମୀର ସଚିବ ଗଜେନ୍ଦ୍ର ସାହୁ ଓ ଛତ୍ରପତି ବିଶ୍ୱାଳ ମେଢ଼ ସଜାଇଥିଲେ। ଓଡ଼ିଶାର ଏହି ମହାନ ଐତିହ୍ୟ ରାଜପଥରେ ଗଢୁଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପତ୍ନୀ ନିଜ ଆସନରେ ଛିଡ଼ା ହୋଇ କରତାଳି କରିଥିଲେ।

You might also like