ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍‌ ମୃତ୍ୟୁ ପୂର୍ବରୁ କାହାକୁ ଶେଷଥର ପାଇଁ କଲ୍ କରିଥିଲେ, ଏହାକୁ ନେଇ ଲାଗି ରହିଥିବା ସନ୍ଦେହକୁ ନେଇ ମୁମ୍ବାଇ ପୋଲିସ୍ ବୟାନ ରଖିଛି। ଦିଶା ଶେଷଥର ପାଇଁ ନିଜ ସାଙ୍ଗ ଅଙ୍କିତାଙ୍କୁ ଫୋନ୍ କରିଥିଲେ ବୋଲି ପୋଲିସ୍‌ କହିଛି। ଯେଉଁ ଦାବି ହେଉଥିଲା ଯେ, ଦିଶା ଶେଷଥର ପାଇଁ ୧୦୦ ନମ୍ବରକୁ ଡାଏଲ୍‌ କରିବା ପାଇଁ ଚେଷ୍ଟା କରିଥିଲା, ଏହା ମିଛ ବୋଲି ମୁମ୍ବାଇ ପୋଲିସ୍‌ କହିଛି।

ଅନ୍ୟପକ୍ଷରେ, ମୁମ୍ବାଇରୁ ହିମାଚଳ ପ୍ରଦେଶ ଯାଏ ଲମ୍ବିଛି ଡ୍ରଗ୍ସ ଲିଙ୍କ୍‌। ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଆଉ ଜଣେ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି Narcotics Control Bureau (NCB)।

ହିମାଚଳ ପ୍ରଦେଶରୁ ଡ୍ରଗ୍ସ ବେପାରୀ ରାହିଲ୍ ବିଶ୍ରମଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ୧ କିଲୋ ଚରସ୍ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୪ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହାସହ ସାଢ଼େ ୪ ଲକ୍ଷ ଟଙ୍କା ଜବତ କରାଯାଇଛି।

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ ଚାଲିଥିବା ଖୋଳତାଡ଼ରେ ଯେଉଁସବୁ ଡ୍ରଗ୍ସ ବେପାରୀଙ୍କ ନାଁ ଉଠିଥିଲା, ସେମାନଙ୍କ ସହ ରାହିଲ୍‌ ସିଧାସଳଖ ସମ୍ପର୍କରେ ଥିଲେ। 

ରାହିଲ ବଲିଉଡ୍‌ରେ ଏକ ପ୍ରମୁଖ ଡ୍ରଗ୍ସ ସପ୍ଲାୟର ବୋଲି କୁହାଯାଉଛି। ତେଣୁ ରାହିଲକୁ ରିମାଣ୍ଡରେ ଆଣି ଏନେଇ ଅଧିକ ଖୋଲତାଡ଼ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି। 

ଗତକାଲି ଓ ଆଜି ମୁମ୍ବାଇର ଏକାଧିକ ଅଞ୍ଚଳରେ ଚଢ଼ଉ କରି ବିପୁଳ ପରିମାଣର ବ୍ରାଉନ୍‌ସୁଗର ଜବତ କରାଯିବା ସହ ସମେତ ୫ ଜଣଙ୍କୁ ଅଟକ ରଖାଯାଇଛି।

ଆହୁରି ପଢ଼ନ୍ତୁ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

You might also like