ଦେଶରେ ସବୁଠାରୁ କମ୍‌ ସୁଧରେ ମିଳୁଛି ଏହି ଲୋନ୍‌, ପଢ଼ନ୍ତୁ କିଏ ଦେଉଛି

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁ ଚାଲିଛି। ଏହି ଫେଷ୍ଟିଭାଲ୍‌ ସିଜିନ୍‌ରେ ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ଘର କିମ୍ୱା ଅଟୋ ଲୋନ୍‌ ପାଇଁ ବିଭିନ୍ନ ଅଫର ଦେଉଛନ୍ତି। ସେ ପୁଣି ପୁରୁଣା ସୁଧହାର ଠାରୁ କମ୍‌ ଦରରେ।

ଯଦି ଆପଣ ଘର କିମ୍ୱା ଗାଡ଼ି ଲୋନ୍‌ରେ କିଣିବା ପାଇଁ  ଯୋଜନା କରୁଛନ୍ତି ତେବେ ଏହା ଠାରୁ ଭଲ ସମୟ ହୁଏତ ଆଉ ଆସି ନପାରେ। କାରଣ ଏହି ଫେଷ୍ଟିଭ୍ ସିଜିନ୍‌ରେ ଋଣ ପ୍ରଦାନକାରୀ ବ୍ୟାଙ୍କ ବା କମ୍ପାନୀଗୁଡ଼ିକ ଗ୍ରାହାକଙ୍କୁ ଆକୃଷ୍ଟ କରିବା ପାଇଁ ସୁଧହାରରେ ମାତ୍ରାଧିକ ହାସ୍ର କରିଛନ୍ତି। ଆପଣଙ୍କୁ କହିରଖିବାକୁ ଚାହୁଁଛୁ ଯେ ସରକାର ଏବଂ ଆରବିଆଇ ରିୟଲଇଷ୍ଟେଟ୍ କ୍ଷେତ୍ରରେ ରିହାତି ପ୍ରଦାନ କରିବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି।

ସେ ସବୁ କମ୍ପାନୀଙ୍କ ମଧ୍ୟରୁ ଟାଟା ହାଉସିଂ ଏକ ଭଲ ସ୍କିମ୍‌ର ଘୋଷଣା କରିଛି। ଏହି ସ୍କିମ୍ ଅନୁସାରେ ଘରକିଣୁଥିବା ବ୍ୟକ୍ତି ଯଦି ଋଣ ନିଅନ୍ତି ତେବେ ତାଙ୍କୁ ଗୋଟିଏ ବାର୍ଷ ପ୍ରର୍ଯ୍ୟନ୍ତ ୩.୯୯ ପ୍ରତିଶତ ସୁଧହାରରେ ଲୋନ୍ ପ୍ରଦାନ କରାଯିବ। କମ୍ପାନୀ ତାର ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏତେ କମ୍‌ରେ ଲୋନ୍‌ ଦେଉଛି। କିନ୍ତୁ ବାକି ସୁଧ କମ୍ପାନୀ ନିଜ ତରଫରୁ ଭରଣା କରିବ ବୋଲି କହିଛି।

ଏହି ସ୍କିମ୍‌ର ଭାଲିଡିଟି ଆସନ୍ତା ନଭେମ୍ୱର ମାସ ୨୦ ତାରିଖ ପର୍ଯ୍ୟନ୍ତ ରହିଛି। କମ୍ପାନୀର କହିବା ମୁତାବକ ଗ୍ରାହାକ କିଣୁଥିବା ସମ୍ପତିକୁ ଆଧାର କରି ତାଙ୍କୁ ୨୫ ହଜାରରୁ ଆରମ୍ଭ କରି ୮ ଲକ୍ଷ ପର୍ଯ୍ୟନ୍ତ ଗିଫ୍ଟ ଭାଉଚର ଦିଆଯିବ। ତେବେ ସମ୍ପତି ପଞ୍ଜିକରଣପରେ ଏହି ଭାଉଚର ପ୍ରଦାନ କରାଯିବ।

You might also like