ହଜାର ବର୍ଷ ତଳେ ଡାଇନୋସର ବି ହୋଇଥିଲେ କ୍ୟାନ‌ସରର ଶୀକାର

ୱାଶିଂଟନ: କ୍ୟାନସର ପରି ବିପଜ୍ଜନକ ରୋଗରୁ ଏ ପର୍ଯ୍ୟନ୍ତ ମଣିଷକୁ ମୁକ୍ତି ମିଳିନି। ପ୍ରାରମ୍ଭିକ ପର୍ଯ୍ୟାୟରେ ଯଦି ଜଣା ପଡି ଯାଏ ତେବେ ଭଲ ହୋଇଯିବାର ସମ୍ଭାବନା ରହିଛି। ନଚେତ୍ ଏହା ମାରାତ୍ମକ ହୋଇପାରେ। କ୍ୟାନସର ପରି ରୋଗ ଯେ କୌଣସି ବ୍ୟକ୍ତିଙ୍କୁ ହୋଇପାରେ। କାରଣ ଏହା ଜଣେ ମଣିଷର ଖାଦ୍ୟପେୟ ଉପରେ ନିର୍ଭର କରିଥାଏ। ତେବେ କ୍ୟାନସରକୁ ନେଇ ଏକ ଆଶ୍ଚର୍ଯ୍ୟ ଜନକ ତଥ୍ୟ ସାମ୍ନାକୁ ଆସିଛି।

କ୍ୟାନସର ଏଇ କେତେ ବର୍ଷର ରୋଗ ନୁହେଁ। ହଜାର ବର୍ଷ ପୂର୍ବେ ବି ଏହା ଦେଖିଵାକୁ ମିଳୁଥିଲା। ଏହା କେବଳ ମଣିଷ ନୁହେଁ, ଡାଇନୋସର ବି କ୍ୟାନସର ପରି ମାରାତ୍ମକ ରୋଗର ଶିକାର ହୋଇଥିଲା। ‘ଦ ଲାସେଣ୍ଟ’ ଆଙ୍କୋଲଜିର ଅଗଷ୍ଟ ମାସ ସଂସ୍କରଣରେ ଏ ନେଇ ତଥ୍ୟ ପ୍ରକାଶ ପାଇଛି।

Dinosaur 4K Wallpapers - Top Free Dinosaur 4K Backgrounds - WallpaperAccess

କାନାଡାର କେତେକ ଗବେଷକ ପତ୍ରିକାର ଏହି ସଂସ୍କରଣରେ କହିଛନ୍ତି, ୧୯୮୯ରେ କାନାଡାର ଆଲବର୍ଟା ପ୍ରାନ୍ତରେ ମିଳିଥିବା ଜୀବାସ୍ମରୁ ଡାଇନୋସରର ଏକ ଗୋଡର ଅସ୍ଥି ମିଳିଥିଲା। ଗବେଷଣା ପରେ ବୈଜ୍ଞାନିକମାନେ ଜାଣିବାକୁ ପାଇଥିଲେ, ଏହି ଅସ୍ଥିରେ ଫ୍ରାକ୍‌ଚର ହୋଇଯାଇଥିଲା, ଯାହା ପରବର୍ତ୍ତୀ ସମୟରେ ଭଲ ହୋଇଯାଇଥିଲା। ହେଲେ ଏବେ ଉନ୍ନତମାନର ଟେକ୍ନୋଲଜି ସାହାଯ୍ୟରେ ଗବେଷଣା କରିବା ପରେ ଜଣାପଡ଼ିଛି, ହାଡ଼ରେ ଏକ ଆପଲ୍‌ ସେପ୍‌ର ଦାଗ ରହିଛି ଯାହା ବାସ୍ତବରେ କ୍ୟାନସର ଟ୍ୟୁମର ଅଟେ।

 

The Best Dinosaur Museums in the World | Reader's Digest

ପତ୍ରିକାରେ ପ୍ରକାଶିତ ଗବେଷଣାତ୍ମକ ତଥ୍ୟରୁ ଜଣାଯାଇଛି, ସେଣ୍ଟୋସାରସ ଡାଇନୋସରର ଯେଉଁ ବିକୃତି ନଜରକୁ ଆସିଛି, ତାହା ପ୍ରକୃତରେ ଓଷ୍ଟ୍ରିୟୋ ସାରକୋମା କାରଣରୁ ହୋଇଥିଲା। ଏଠି କହିରଖିବୁ, ଓଷ୍ଟ୍ରିୟୋ ସାରକୋମା ଅସ୍ଥି କର୍କଟର ଏକ୍ ଆଡ୍‌ଭାନ୍ସ ଷ୍ଟେଜ ଅଟେ।

Onderzoek: Tyrannosaurus rex was geen 'reusachtige horrorpino' | De Volkskrant

ଗବେଷକଙ୍କ କହିବା ଅନୁଯାୟୀ, ଡାଇନୋସରଙ୍କ ଜୀବନ ଏତେ ସହଜ ନ ଥିଲା। ସେମାନଙ୍କ ମଧ୍ୟରୁ ଅନେକଙ୍କର ହାଡ଼ ଜନିତ ସମସ୍ୟା ରହୁଥିଲା। ସେ ଆହୁରି କହିଛନ୍ତି, ତେବେ ଏପରି ପ୍ରାଚୀନ ହାଡରୁ କ୍ୟାନସରର ପ୍ରମାଣ ଖୋଜିବା କଷ୍ଟସାଧ୍ୟ। କିନ୍ତୁ ଏମିତି ଅନେକ ଟ୍ୟୁମର ନରମ ଟିସୁରେ ଦେଖା ଦେଇଥାଏ, ଯାହା ସହଜରେ ଜୀବାସ୍ମରେ ନଷ୍ଟ ହୋଇପାରି ନ ଥାଏ। ସେଥିପାଇଁ ଏବେ ଆମେ ଜୀବାସ୍ମରୁ କ୍ୟାନ୍ସରର ପ୍ରମାଣ ପାଇ ପାରିଲୁ।

ତେବେ ଏହି ଗବେଷଣାରୁ ଏତିକି ପ୍ରମାଣ ମିଳିଲା ଯେ, କ୍ୟାନସର ବହୁ ପୁରାତନ ରୋଗ। ଏହି ରୋଗ ପଶୁଙ୍କ ପାଖରେ ବି ଦେଖିବାକୁ ମିଳିଥାଏ।

You might also like