ପ୍ରଥମ ଥର ପାଇଁ ପେଟ୍ରୋଲଠାରୁ ଅଧିକ ହେଲା ଡିଜେଲ ଦର

ନୂଆଦିଲ୍ଲୀ: ଗତକିଛି ଦିନ ଧରି ଲଗାତାର ତେଲ ଦର ବଢି ଚାଲିଥିବା ଆଜି ଏଥିରେ ବ୍ରେକ୍ ଲାଗିଛି। ଆଜି ପେଟ୍ରୋଲ ଦର ନ ବଢି କେବଳ ଡିଜେଲ ଦର ବଢିଛି। ଫଳରେ ଦିଲ୍ଲୀରେ ପ୍ରଥମ ଥର ପାଇଁ ଡିଜେଲ ଦର ପେଟ୍ରୋଲ ଦରଠାରୁ ଅଧିକ ରହିଛି ।
ଦିଲ୍ଲୀରେ ଡିଜେଲ ୪୮ ପଇସା ବଢି ହେଲା ୭୯ ଟଙ୍କା ୮୮ ପଇସା ହୋଇଥିବାବେଳେ  ପେଟ୍ରୋଲ ଲିଟର ପିଛା ଦର ୭୯. ୭୬ ଟଙ୍କା ରହିଛି।

ସୂଚନାଥାଉ କି, ଆଜିକୁ ୧୮ ଦିନ ଧରି ଡିଜେଲ ଦର ବୃଦ୍ଧି ପାଇ ଆସୁଛି। ପେଟ୍ରୋଲ ଦର ଗତକାଲି ପର୍ଯ୍ୟନ୍ତ ଲଗାତାର ବୃଦ୍ଧି ପାଉଥିବାବେଳେ ଆଜି ସ୍ଥିର ରହିଛି। ୧୮ ଦିନ ଭିତରେ ଡିଜେଲ ଦର ଲିଟର ପିଛା ୧୦ଟଙ୍କା ୪୮ ବୃଦ୍ଧି ପାଇଥିବାବେଳେ ଏଇ ସମୟ ମଧ୍ୟରେ ପେଟ୍ରୋଲ ଦର ୮.୫୦ ପଇସା ବୃଦ୍ଧି ପାଇଛି।

କେବଳ ଦିଲ୍ଲୀ ନୁହେଁ, ଦେଶରେ ଅନ୍ୟକେତେକ ରାଜ୍ୟରେ ପ୍ରଥମ ଥର ପାଇଁ ଡିଜେଲ ଦର ପେଟ୍ରୋଲ ଠାରୁ ଅଧିକ ରହିଛି। ରାଜ୍ୟ ଏବଂ କେନ୍ଦ୍ର ପେଟ୍ରୋଲ ତୁଳନାରେ ଡିଜେଲ ଉପରେ କମ୍‌ ଟାକ୍ସ ଲଗାଉଥିବାରୁ ଡିଜେଲ-ପେଟ୍ରୋଲ ଦର ଉପରେ ଏପରି ତାରତମ୍ୟ ରହିଛି। ଦିଲ୍ଲୀରେ ପେଟ୍ରୋଲ ଉପରେ ୬୪ ପ୍ରତିଶତ ଟାକ୍ସ ଲଗାଯାଉଥିବାବେଳେ ଡିଜେଲ ଉପରେ ୬୩ ପ୍ରତିଶତ ଟାକ୍ସ ଲଗାଯାଉଛି। ତଥାପି ଅନେକ ରାଜ୍ୟରେ ଡିଜେଲ ଦର ପେଟ୍ରୋଲଠାରୁ କମ୍‌ ରହିଛି।

 

You might also like