ବଙ୍ଗ ନିର୍ବାଚନ ରାଲିରେ ଦିଦି ଓ ଦିଦି ସ୍ଲୋଗାନ୍‌ରେ କମ୍ପିଲା ଏରିଆ‌

ନିର୍ବାଚନ ସଭାରେ ଦିଦି ଓ ଦିଦି

  • ନିର୍ବାଚନ ସଭାରେ ଦିଦି ଓ ଦିଦି
  • ମୋଦି ୫ ପ୍ରକାରରେ ସମ୍ବୋଧନ କଲେ ଦିିଦି ଓ ଦିଦି
  • ସିଲିଗୁଡ଼ି ସଭାରେ କମ୍ପିଲା ଦିଦି ଓ ଦିଦି ସ୍ଲୋଗାନ

କୋଲକତା: ଆଜି ନିର୍ବାଚନ ପ୍ରଚାର ବେଳେ ଶୁଣିବାକୁ ମିଳିଛି ଦିିଦି ଓ ଦିଦି ସ୍ଲୋଗାନ୍। ସିଲିଗୁଡ଼ିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ବାଚନ ସଭାରେ ଆଜି ଏହି ଚର୍ଚ୍ଚିିତ ଦିିଦି ଓ ଦିଦି ସ୍ଲୋଗାନ୍‌ ଶୁଣିବାକୁ ମିଳିଥିଲା। ତାହା ପୁଣି ୫ ଭିନ୍ନ ପ୍ରକାରରେ । ଦିଦି ଓ ଦିଦି କହିବା କ୍ଷଣି ସଭାରେ ଉପସ୍ଥିତ ଥିବା ଲୋକେ ଏହାକୁ ବିପୁଳ ମାତ୍ରାରେ ସମର୍ଥନ କରିଥିଲେ। ଚଳିତ ପଶ୍ଚିମବଙ୍ଗ ନିର୍ବାଚନରେ ଦିଦି ଓ ଦିଦି ଡକରା ବେଶ୍ ଚର୍ଚ୍ଚାରେ ରହିଛି ।

ସେପେଟ କୁଚ୍ ବିହାରରେ ୪ ଜଣଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହୋଇଛି ରାଜନୀତି। ମୃତକ ମାନେ ଟିଏମ୍ସି କର୍ମୀ ଥିଲେ ବୋଲି ସୂଚନା ମିଳିଛି। ଭୋଟ୍ ଦେବାକୁ ଆସିବା ବେଳେ ସିଆର୍ପିଏଫ୍ ଏମାନଙ୍କୁ ଗୁଳି ମାରିଥିବା ଅଭିଯୋଗ କରିଛନ୍ତି ମମତା ବାନାର୍ଜୀ। ନିର୍ବାଚନୀ ପ୍ରଚାର ବେଳେ ସିଧାସଳଖ ଗୃହମନ୍ତ୍ରୀଙ୍କୁ ଟାଗେର୍ଟ କରିଛନ୍ତି ମମତା। ଭୋଟ୍ ଦେବାକୁ ଲୋକେ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ଏହି ଘଟଣାକୁ ନେଇ ପାଲଟା ଟିଏମ୍ସିକୁ ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି।

ବିଜେପି ସମର୍ଥନରେ ଲୋକଙ୍କ ଆକୁଣ୍ଠ ସମର୍ଥନ ଦେଖି ମମତା ଦିଦିଙ୍କ ଗୁଣ୍ଡା ମାନେ ଏପରି କରିଛନ୍ତି। ନିର୍ବାଚନ କମିଶନ ମାମଲାରେ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୋଦି ଦାବି କରିଛନ୍ତି। ଆଜି କୁଚବିହାରରେ ନିର୍ବାଚନରେ ବେଳେ ଗୁଳି ମାଡ଼ରେ ୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହା ପରେ ସେଠାରେ ମତଦାନ ବନ୍ଦ ରଖିଛନ୍ତି ନିର୍ବାଚନ କମିଶନ। ସେପଟେ ହୁଗୁଳିରେ ବିଜେପି ସାଂସଦ ଲକେଟ୍ ଚାଟାର୍ଜୀଙ୍କ ଉପରେ ଆକ୍ରମଣ ହୋଇଛି।

ପୂର୍ବରୁ ପଶ୍ଚିମବଙ୍ଗରେ ମମତାଙ୍କ ପାଇଁ ବଢ଼ିଥିଲା ଅଡ଼ୁଆ। ନୋଟିସ୍ ଜାରି କରିଥିଲେ ନିର୍ବାଚନ ଆୟୋଗ। କହିଥିଲେ, ୪୮ ଘଣ୍ଟାରେ ଜବାବ ଦେବାକୁ । ମମତାଙ୍କ ଗଡ଼ କୁହଯାଉଥିବା ପଶ୍ଚିମବଙ୍ଗରେ ଏବେ ଖୋଦ୍ ମମତାଙ୍କ ସ୍ଥିତି ଟଳମଳ ହେଲାଣି। କିଏ ଯିବ କିଏ ହାରିବ, କାହାର ସରକାର ହେବ ସେନେଇ ଟିଏମସି ନେତା ମଧ୍ୟ ଦ୍ୱନ୍ଦ୍ୱରେ ଥିବା ଦେଖାଯାଉଛି। ଗୋଟିଏ ପଟେ ମମତା ଛାତି ପିଟି ସରକାର ଗଠନ କରିବେ ବୋଲି ନିର୍ବଚନୀ ସଭା ମଞ୍ଚରେ କହୁଥିବା ବେଳେ ତାଙ୍କ କର୍ମୀ ମହଲରେ କିନ୍ତୁ ସ୍ଥିତି ଭିନ୍ନ ଥିବା ସୂଚନା ମିଳୁଛି। କାରଣ ମମତାଙ୍କୁ ପ୍ରତି ପାହାଚରେ ଚେକ୍ ଦେଉଛି ବିଜେପି। ଗୋଟିଏ ପଟେ ବିଜେପି ମମତାଙ୍କୁ ନାକେଦମ କରି ରଖିଥିବା ବେଳେ ଅନ୍ୟପଟେ ନିର୍ବାଚନ ଆଚରଣ ବିଧି ଉଲଂଲନ କରିଥିବା ଅଭିଯୋଗରେ ମମତାଙ୍କୁ ନୋଟିସ ପଠାଇ ଅଡ଼ୁଆରେ ପକାଇଛନ୍ତି ନିର୍ବାଚନ ଆୟୋଗ।

 

You might also like