ମହାରାଜା ଏକ୍ସପ୍ରେସରେ ଯାତ୍ରା କରିଛନ୍ତି କି?

ଟ୍ରେନ ଯାତ୍ରା ଅନେକଙ୍କୁ ବେଶ୍ ପସନ୍ଦ

ନୂଆଦିଲ୍ଲୀ: ଟ୍ରେନ ଯାତ୍ରା ଅନେକଙ୍କୁ ବେଶ୍ ପସନ୍ଦ। ହେଲେ ଅନେକ ଲୋକ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରିନଥାଆନ୍ତି। ହେଲେ ଯଦି ଟ୍ରେନରେ ରାଜକୀୟ ସୁବିଧା ମିଳିଯିବ, ତା ହେଲେ ନିଶ୍ଚୟ ସମସ୍ତଙ୍କୁ ପସନ୍ଦ ଆସିବ। ସେହିଭଳି ରାଜକୀୟ ଯାତ୍ରାର ଅନୁଭୂତି ମଧ୍ୟ ଆପଣ ପାଇପାରିବେ। ଭାରତୀୟ ରେଳ ବିଭାଗର ନିଆରା ଟ୍ରେନ୍ ମହାରାଜା ଏକ୍ସପ୍ରେସ।

ହାଇଦ୍ରାବାଦର ନିଜାମ୍, ରାଜସ୍ଥାନର ରାଜଓ୍ୱାଡା ହେଉ କି ଲକ୍ଷ୍ନୌର ନବାବ୍। ଯେପରି ଭାରତର ଶାହି ଅନ୍ଦାଜ ଦୁନିଆରେ ପ୍ରସିଦ୍ଧ, ଠିକ୍ ସେହିଭଳି ଭାରତୀୟ ରେଲୱେର ଏକ ରୟାଲ୍ ଯାତ୍ରା ବି ବିଶ୍ୱ ପ୍ରସିଦ୍ଧ। ଏହି ଯାତ୍ରାରେ ଆପଣ ଅନୁଭବ କରିପାରିବେ ଭାରତୀୟଙ୍କ ଅତିଥି ସତ୍କାର । ଯାହା ଜୀବନ ସାରା ମନେ ରହିବ। ଭାରତୀୟଙ୍କ ଉଚ୍ଚକୋଟିର ସଂସ୍କୃତି ଓ ପରିମ୍ପରାକୁ ଦର୍ଶାଇଥାଏ ଭାରତୀୟ ରେଳ।

ମହାରାଜା ଏକ୍ସପ୍ରେସ୍ ୨୦୧୦ରେ ଆରମ୍ଭ ହୋଇଥିଲା। ଏହି ଟ୍ରେନ୍ ୨୦୧୨ରୁ ୨୦୧୫ ଭିତରେ ଟ୍ରାଭେଲିଂ ମହାରଥୀମାନେ ବିଶ୍ୱର ଲିଡିଙ୍ଗ୍ ଲକଜରୀ ଟ୍ରେନ୍ ଭାବେ ଭୋଟ କରିଥିଲେ। ତେବେ ଟ୍ରେନର ବଗି ଏଭଳି ଲାଗେ ଯେମିତି ୫ ଷ୍ଟାର ହୋଟେଲର ରୁମ। ଆପଣ ଭାବୁଥିବେ ଯେ, ଫାସିଲିଟି ଏତେ, ତା ହେଲେ ଦାମ୍ କେତେ ହୋଇଥିବ? ଆଜ୍ଞା ରାଜକୀୟ ଏକ୍ସପ୍ରେସରେ ଦାମ୍ ବି ସେତିକି ରାଜକୀୟ। ୨ଲକ୍ଷ ୫୦ ହଜାରରୁ ଆରମ୍ଭ କରି ୧୫ ଲକ୍ଷ ଯାଏଁ ରହିଛି ଟିକେଟର ଦାମ।

ଆଉ ଏହି ଟିକେଟ ପ୍ରାଇସରେ ଆପଣଙ୍କୁ ମିଳିବ ସେମିତି ହି ରାଜକୀୟ ଏକ୍ସପେରିଏନ୍ସ। ୭ ଦିନ ୭ ରାତିର ଏହି ଯାତ୍ରାରେ ୭-୮ଟି ଡେଷ୍ଟିନେସନ ବୁଲି ହେବ। ଆଉ ଏଠି ରାଜକୀୟ ସର୍ଭିସ୍ ଦେବେ ଏହି ଟ୍ରେନର ୬୦ ଜଣ ଷ୍ଟାଫ୍। ଅକ୍ଟବୋରରୁ ଏପ୍ରିଲ ମଧ୍ୟରେ ମହାରାଜା ଏକ୍ସପ୍ରେସରେ ଆପଣ ବୁଲିପାରିବେ।

ଦିଲକସ୍ ଦିଲ୍ଲୀରୁ ମସ୍ତିଲି ମୁମ୍ବାଇ, ସନ୍ ସିଟି ଯୋଧପୁର ଠାରୁ ରାଜକୀୟ ଲକ୍ଷ୍ନୌ ଯାଇ ବୁଲିପାରିବେ ଆପଣ। ମିଳିଥିବା ସୂଚନା ଅନୁସାରେ, ଏହି ଟ୍ରେନରେ ରହିଛି ୨୩ଟି କୋଚ୍। ଚଳନ୍ତା ଟ୍ରେନରେ ସବୁ ଯାତ୍ରୀଙ୍କର ଖୁବ୍ ଭଲରେ ଯତ୍ନ ନେଇଥାଆନ୍ତି କେୟାର ଟେକର। ଖାଇବା ପ୍ରସ୍ତୁତି ବି ରାଜକୀୟ ଢାଞ୍ଚାରେ। ଆଉ ଖାଇବା ପରସା ମଧ୍ୟ ହୋଇଥାଏ ରାଜକୀୟ ଢାଞ୍ଚାରେ।

ପ୍ଲେଟ୍ ଦେଖିଲେ ତ ଆପଣଙ୍କ ହୋସ୍ ଉଡିଯିବ। ପ୍ଲେଟ ହେଉ କି ଚାମଚ ସବୁଥରେ ଦେଖିପାରିବେ ସୁନାର ଛାଉଣୀ। ତେବେ ଏଭଳି ରୟାଲ୍ ଏକ୍ସପେରିନ୍ସ ପରେ ସବୁ ଯାତ୍ରୀ ବେଶ ପ୍ରଶଂସା କରନ୍ତି ଓ ଆଉ କୁହନ୍ତି ଯେ, ଏହି ଯାତ୍ରା ସେମାନଙ୍କୁ ଜୀବନ ସାରା ମନେ ରହିବ। ଆଉ ଆପଣଙ୍କର ବି ଯଦି ପକେଟ୍ ପରମିସନ ଦିଏ ତେବେ ଏହି ରାଜକୀୟ ମହାରାଜା ଏକ୍ସପ୍ରେସରେ ଥରୁଟିଏ ଯାତ୍ରା କରିବାକୁ ନିଶ୍ଚୟ ଯିବେ।

You might also like